ବଜ୍ରପାତରୁ ତାଳଗଛ ହିଁ ମନୁଷ୍ଯ ଓ ଜୀବଜଗତ କୁ ରକ୍ଷା କରିପାରିବ

ଡ. ଅଚ୍ୟୁତ ସାମନ୍ତ. ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ଯକ୍ରମ ରେ କିଟ୍ ,କିମସ,କିସ୍ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରି କହିଥିଲେ ଯେ ପ୍ରତ୍ୟେକ ନାଗରିକ ବିଭିନ୍ନ ଅନୁଷ୍ଠାନ,ମନ୍ଦିର କ୍ଲବ ସମସାନ ଗୋଚର ନଦୀ ପଠା,ରାସ୍ତା ପାର୍ଶ୍ୱରେ ବ୍ୟାପକ ତାଳ ଗଛ ଲଗାଇବା ଆବଶ୍ୟକ. ବଜ୍ରପାତରେ ପ୍ରତିବର୍ଷ ଶହସହ ଲୋକ ମୃତ୍ଯୁବରଣ କରିଥାନ୍ତି.ଏହାର ନିରାକରଣ କେବଳ ତାଳ ଗଛ ହିଁ ରକ୍ଷା କବଚ ସଦୃଶ ବୋଲି ମତବ୍ୟକ୍ତ କରିଥିଲେ. ବୃକ୍ଷ ମାନବ ଜାତିର ପରମ ମିତ୍ର ଏବଂ ଜୀବଜଗତକୁ ଅମୃତ ପାନ କରି ତାହା ଥାରୁ ବିଷ ହରଣ କରିଥାଏ ବୋଲି ଡ.ଅଚ୍ୟୁତ ସାମନ୍ତ ଆଲୋକପାତ କରିଥିଲେ. ଶିକ୍ଷା ସେତୁର ସଭାପତି ତଥା ପ୍ରକୃତି ବନ୍ଧୁ bijay ସ୍ୱାଇଁ ଯୋଗ ଦେଇ ଅମ୍ଳଜାନ ତିଆରି କରିବା ଶକ୍ତି ବୃକ୍ଷ ଛଡା ଆଉ କାହାର ନାହିଁ ବୋଲି ପ୍ରକାଶ କରିଥିଲେ. ପରିବର୍ତ୍ତନ ଓ ପ୍ରବଳ ରୌଦ୍ରତାପ ରୁ ବିଶ୍ୱକୁ ରକ୍ଷା କରିବାକୁ ହେଲେ ବୃକ୍ଷ ରୋପଣ କରିବାର ଆବଶ୍ୟକତା ଅଛି. ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣୀତା ଦାଶ.,ଭିଜିଲାନ୍ସ ବିଭାଗର ମୁଖ୍ୟ ବରିଷ୍ଠ ଅଧିକାରୀ ରଞ୍ଜନ କୁମାର ମହାପାତ୍ର,ଆଇନୀଜୀବୀ ମନୋରଞ୍ଜନ ପ୍ରଧାନ,ମୁକ୍ତାର ଅଲି ଖାଁ,କିଟ୍ ପରିବହନ ବିଭାଗର ଅଧିକାରୀ ଦିଲୀପ କୁମାର ଜେନା,ବରିଷ୍ଠ ସାମ୍ବାଦିକ ରେଣୁବାଳା ନାୟକ,ଜଗବନ୍ଧୁ ବାରିକ,ବାବୁଲି ବାରିକ,ରବିନ୍ଦ୍ର ଜେନା, ଲତିକା ନାୟକ,ଧର୍ମପଦ ମହାପାତ୍ର,ପୂର୍ଣିମା ମିଶ୍ର,ବିଷ୍ନୁ ଚରଣ ମହାନ୍ତି,ଜୟନ୍ତୀ ପାତ୍ର,ସରିତ ସିହ୍ନା,ବୀଣାପାଣି ଦାଶ ପ୍ରମୁଖ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ।

Leave a Reply

Your email address will not be published. Required fields are marked *