ଅପେରା ଅଷ୍ଟଶମ୍ଭୁ ଯାତ୍ରା ପାର୍ଟି ର ଆଖଡା ପୂଜା ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ପବିତ୍ର ଧ୍ୟାନକୁଦ ମନ୍ଦିରରେ ଅପେରା ଅଷ୍ଟଶମ୍ଭୁ ଯାତ୍ରା ପାର୍ଟି ର୍ ଆଖଡା ପୂଜା ଅନୁଷ୍ଠିତ ହୋଇ ଯାଇଛି । ଜଗତସିଂହପୁର ଜିଲ୍ଲା ଯାତ୍ରା ପାର୍ଟି ର୍ ଏନ୍ତୁଡ଼ି ଶାଳ ଥିବା ବେଳେ ତାହା ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଲାଣି । ପୂର୍ବରୁ ମଧ୍ୟ ଅଷ୍ଟଶମ୍ଭୁ ଗଣନାଟ୍ୟ ଥିଲା । ହେଲେ କାଳକ୍ରମେ ତାହା ବନ୍ଦ ହୋଇ ଯାଇଥିଲା । ତବେ ସେହି ଯାତ୍ରା ପାର୍ଟିର ନାମକୁ ଉଜ୍ଜୀବିତ ରଖିବା ପାଇଁ ହାଜିପୁର ଅଂଚଳର ଯୁବ କଳାକାର ଓ ଯାତ୍ରା ଜଗତର କଳାକାର ମାନଙ୍କୁ ନେଇ ନୂତନ ଭାବେ ଅପେରା ଅଷ୍ଟଶମ୍ଭୁ ନାମରେ ଯାତ୍ରା ପାର୍ଟି ପ୍ରତିଷ୍ଠା କରାଯାଇଛି । ହାଜିପୁର ସ୍ଥିତ ପବିତ୍ର ପଞ୍ଚସଖାଙ୍କ ସାଧାନାପୀଠ ଧ୍ୟାନକୁଦ ଶ୍ରୀ ଜଗନ୍ନାଥଙ୍କ ପୀଠରେ ଅପେରା ଅଷ୍ଟଶମ୍ଭୁ ର ଆଖଡା ପୂଜା ବା ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଯୋଜକ ବିଭୁଦତ୍ତ ସାହୁ, ବିଶ୍ବମ୍ବର ଜେନା, ମୁଖ୍ୟ ଉପଦେଷ୍ଟା ପରେଶ କୁମାର ନନ୍ଦି, ମୁଖ୍ୟ ପରିଚାଳକ ଯୁଧିଷ୍ଠିର ବାବୁ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପିଠାଧୀଶ ବାବା ଅରକ୍ଷିତ ଦାସ, ଯୁବ କଳାକାର ଦେବେନ୍ଦ୍ର ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ବିଚିତ୍ରାନନ୍ଦ ସାହୁ, ଅଭିନେତା ଦୁର୍ଗା ଭୂୟାଁ, ଖଳ ନାୟକ କୁନା ପଣ୍ଡା, ନାୟିକା ବନିତା, ଟିକି, ଲୁନା ପ୍ରମୁଖ କଳାକାର ମାନେ ଉପସ୍ଥିତ ଥିଲେ ।
