ଶ୍ରୀକ୍ଷେତ୍ରପୁରୀ ରୁ ଯାତ୍ରା ଆରମ୍ଭ କଲା ଅପେରା ଶ୍ରୀମନ୍ଦିର ।

ଶ୍ରୀକ୍ଷେତ୍ରପୁରୀ ରୁ ଯାତ୍ରା ଆରମ୍ଭ କଲା ଅପେରା ଶ୍ରୀମନ୍ଦିର ।ପ୍ରଥମ ଦିନରେ ଶ୍ରକ୍ଷେତ୍ର ମାଟିରେ ମଞ୍ଚସ୍ଥ ହୋଇଛି କହଇ ଦାସ ଜଗନ୍ନାଥ ।ଜଗନ୍ନାଥ ସଂସ୍କୃତି,ବିଚାରଧାରା ଓ ବାଣୀ ର ପ୍ରଚାର ଉଦ୍ଦେଶ୍ୟ ନେଇ ଅପେରା ଶ୍ରୀମନ୍ଦିର ପ୍ରୟାସ କରିଛି କହିଛନ୍ତି ପ୍ରଯୋଜକ।ପୁରୀ ବାଲିଗୁଆଳି ଠାରେ ଅପେରା ଶ୍ରୀମନ୍ଦିର ଏବେ ତାର ଗୋଟିଏ ପରେ ଗୋଟିଏ ନାଟକ ମଞ୍ଚସ୍ଥ କରିବାକୁ ଯାଇଛି।ପୁରୁଷୋତ୍ତମ କ୍ଷେତ୍ରରୁ ଯାତ୍ରା ଆରମ୍ଭ କରିଛି ଅପେରା ଶ୍ରୀମନ୍ଦିର ।ଅଗଷ୍ଟ 6 ତାରିଖରେ ଶ୍ରୀକ୍ଷେତ୍ର ପୁରୀର ବଳିଗୁଆଳି ଠାରେ ହୋଇଛି ଶୁଭ ଉଦ୍ଘାଟନ ।ଶ୍ରୀମନ୍ଦିରର ବିଶ୍ଵାବସୁ ସେବକ ବିନାୟକ ଦାସ ମହାପାତ୍ରଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଯାଇଛି ଏହି ଯାତ୍ରା ମଞ୍ଚ ।ମହାପ୍ରଭୁଙ୍କ ଶ୍ରୀମନ୍ଦିର ସହ ଜଡ଼ିତ ବ୍ୟକ୍ତିତ୍ଵ ଓ ଅନ୍ୟ ପ୍ରତିଭାଧାରୀଙ୍କ ଉପସ୍ଥିତିରେ ଗ୍ରାଣ୍ଡ ଓପନିଂ ହୋଇଛି । ଇମୋସନ୍ ଓ ଟ୍ରାଜେଡିରେ ଭରା ନାଟକ କହଇ ଦାସ ଜଗନ୍ନାଥ ପ୍ରଥମ ଦିନରେ କରିଛି ରେକର୍ଡ ।ଦ୍ଵିତୀୟ ଦିନ ଅର୍ଥାତ୍ ଅଗଷ୍ଟ 7 ତାରିଖରେ ଦର୍ଶକଙ୍କ ଅନୁରୋଧରେ ପୁଣି ମଞ୍ଚସ୍ଥ ହେବ ଏହି ନାଟକ ।ହର ବାରିକ ଙ୍କ ନିର୍ଦ୍ଦେଶନା ରେ ଏହି ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ଅପେରା ଶ୍ରୀମନ୍ଦିର ଆଗାମୀ ଦିନରେ ଭେଟି ଦେବ କଳାକାହ୍ନୁ ହସେ ଯଶୋଦା କୋଳେ ,ହସ୍ତିନାପୁରର ଲାବଣ୍ୟବତୀ ଓ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ଭଳି ଅନେକ ସୁପରହିଟ ନାଟକ ।ଅଗଷ୍ଟ 6 ରୁ 10 ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ମାଟିରେ ମଞ୍ଚ ଝଲସାଇବ ଅପେରା ଶ୍ରୀମନ୍ଦିର ।ଗତାନୁଗତିକ ଧାରା ଠାରୁ ଭିନ୍ନ କିଛି ଦେଖେଇବାର ପ୍ରୟାସ ଆରମ୍ଭ କରିଛି ଅପେରା ଶ୍ରୀମନ୍ଦିର ।ବଦଳୁଥିବା ରୁଚି ମଧ୍ୟରେ,ମୋବାଇଲ୍ ସୋସିଆଲ ମିଡିଆର ପ୍ରାଧାନ୍ୟ ଭିତରେ ଯାତ୍ରାକୁ ବଞ୍ଚାଇବାକୁ ତଥା ଲୋକାଦୃତ୍ କରିବାକୁ ଭଲ ନାଟକ ପରିବେଷଣ ହିଁ ମୂଳଲକ୍ଷ ରହିବ ।ତେବେ ଜଗନ୍ନାଥ ବାଣୀ ପ୍ରଚାର ଅପେରା ଶ୍ରୀମନ୍ଦିର ର ମୂଳ ଲକ୍ଷ ରହିବ କହିଛନ୍ତି ଯାତ୍ରା ପ୍ରଯୋଜକ ପ୍ରମୋଦ କୁମାର ସ୍ବାଇଁ ।ପ୍ରଥମ ଦିନରେ ଉଦ୍ଘାଟନ ଉତ୍ସବ ସହ ଶରଣାବିନ୍ଦ ଙ୍କ ଦମଦାର ମଜାଳିଆ ଆଙ୍କରିଂ ମନ ମୋହିଥିଲା ।ପୂର୍ବରୁ ଅପେରା ଶ୍ରୀମନ୍ଦିର ମାଲିକ ସୂର୍ଯ୍ୟ ମନ୍ଦିର,ସ୍ବପ୍ନ ମହଲ ଭଳି ଯାତ୍ରା ପାର୍ଟି ଲୋକଙ୍କୁ ଭେଟି ଦେଇଛନ୍ତି ।ଏହା ତାଙ୍କର ଚତୁର୍ଥ ଯାତ୍ରା ପାର୍ଟି ।ନୂଆକରି ଜଗନ୍ନାଥଙ୍କ ବାଣୀ ପ୍ରଚାର ଉଦ୍ଦେଶ୍ୟ ଲକ୍ଷ ନେଇ ସେ ଏହାକୁ ଗଢ଼ିଛନ୍ତି ।ଯେଉଁଥିରେ କାହ୍ନା ଟିକି ମନ୍ଦାକିନୀ ଙ୍କ ଭଳି ନିପୁଣ କଳାକାର ମାନେ ରହିଛନ୍ତି ।

Leave a Reply

Your email address will not be published. Required fields are marked *