ଶେଷ ରଜନୀରେ ଧୂମ ମାଚାଇଲା ଅପେରା ଯାଜ୍ଞସେନୀ
ଶେଷ ରଜନୀରେ ଧୂମ ମାଚାଇଲା ଅପେରା ଯାଜ୍ଞସେନୀ l ବ୍ୟାସନଗର ସ୍ଥିତ ଚାନ୍ଦମା କାଳୀ ପଡିଆରେ ଓମ କ୍ଲବ ଦ୍ୱାରା ଆୟୋଜିତ ଗତ ୬ ତାରିଖରୁ ଆରମ୍ଭ ହେଇଥିବା ଅପେରା ଯାଜ୍ଞସେନୀର ନାଟକ ଉତ୍ସବ ଶନିବାର ଥିଲା ଶେଷ ରଜନୀ l ଏହି ଶେଷ ରଜନୀ ରେ ଅପେରା ଯାଜ୍ଞସେନୀ ପରିବେଷଣ କରିଥିଲା ନିର୍ଦ୍ଧେଶକ ଦୀପକ ଜେନା ଓ ମହେଶ ହାଜିରଙ୍କ ସୁପର ହିଟ ନାଟକ ଗାନ୍ଧୀ କଣ ଭୁଲ ହେଇଗଲା କି l ଏହି ନାଟକ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶହଶହ ଦର୍ଶକଙ୍କ ଭିଡ ଜମିଥିବା ବେଳେ ନାଟକ ଦେଖି ବିଭୋର ହେଇଥିଲେ ଯାତ୍ରା ପ୍ରମୀ l ସେପଟେ ଅପେରା ଯାଜ୍ଞସେନୀର ପ୍ରଯୋଜକ ପ୍ରସନ୍ନଜିତ ନାୟକ ଏତେ ଦର୍ଶକଙ୍କୁ ଦେଖି ଉତ୍ସାହିତ ହେବା ସହିତ ଚଳିତ ବର୍ଷ ଅପେରା ଯାଜ୍ଞସେନୀ ର ସମସ୍ତ ନାଟକ ଦର୍ଶକ ଙ୍କ ଦୃଦୟ କୁ ଛୁଇଁବ ବୋଲି କହିଛନ୍ତି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
