ଅପରେସନ ଚକ୍ର କୁ ବଡ ସଫଳତା..୪ ଜଣ ବ୍ରାଉନ ସୁଗାର ବେପାରୀ ଗିରଫ

ଅପରେସନ ଚକ୍ର ଅଭିଯାନରେ ପୁଣି ୪ ଜଣ ପେଷାଦାର ବ୍ରାଉନ ସୁଗାର ବେପାରୀକୁ ଟାଉନ ଥାନା ପୋଲିସ ଗିରଫ କରିଛି। ଗତକାଲି ସନ୍ଧ୍ୟାରେ ଲୁଚି ଛପି ଜଗନ୍ନାଥ ବଲ୍ଲଭ ବହୁ ତଳ ପାର୍କିଂ ପାଖରେ ବ୍ରାଉନ ସୁଗାର ବିକିବା ପାଇଁ ତିନି ଜଣ ବେପାରୀଙ୍କ ସହ ମୁଲଚାଲ କରୁଥିବା ବେଳେ ଟାଉନ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢାଉ କରି ସମସ୍ତ ୪ ଜଣ ଆସାମୀ କୁ ଗିରଫ କରିବା ସହିତ ତାଠାରୁ ୧୦.୯୦ ଗ୍ରାମ୍ ବ୍ରାଉନ ସୁଗାର , ୨ ଗୋଟି ମୋବାଇଲ ଫୋନ୍ ଏବଂ ୮୦୦ ଟଙ୍କା ଜବତ କରିଛି । ଆଜି ସେମାନଙ୍କୁ ମାନ୍ୟବର ଜିଲ୍ଲା ଜଜ୍, ପୁରୀଙ୍କ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଯାମିନି ନାମାଞ୍ଜୁର ହେବିରୁ , ସେମାନଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ଆସାମୀ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ବ୍ରାଉନ ସୁଗାର କେସ ସମେତ ଆକ୍ରମଣ ଓ ହତ୍ୟା ଉଦ୍ୟମ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି। *ଟାଉନ ଥାନା କେସ ନମ୍ବର* – ୧୭୫/୨୦୨୬, ଦଫା-୨୧(ଖ)/୨୯ ଏନ୍. ଡି. ପି.ଏସ. ଆକ୍ଟ *ଅପରାଧୀଙ୍କ ନାମ* :୧) ଡାଲମା @ ଦିପକ ସୂଆର(୩୬), ପି- ଗୋପାଳ ସୂଆର, ସୂଆରସାହୀ, ପୁରୀ ।୨)ବିକାଶ @ ଭବାନୀ ଶଙ୍କର ମଙ୍ଗରାଜ (୩୨), ପି-ବିଜୟ ମଙ୍ଗରାଜ, ପଥୁରିଆ ସାହି, ପୁରୀ।୩) କୁନା@ ରଘୁନାଥ ନନ୍ଦ (୩୫), ପି- କୃଷ୍ଣଚନ୍ଦ୍ର ନନ୍ଦ, ପାଣ୍ଡ ଜାଗା, ପୁରୀ।୪) ଜିତା @ ଆଶୁତୋଷ ଦାସ (୩୨), ପି- ବାସୁଦେବ ଦାସ, ନୂଆପାଟଣା ଲେନ୍, ମାର୍କଣ୍ଡେଶ୍ୱରସାହୀ, ପୁରୀ। *ଜବଦ୍ ସାମଗ୍ରୀ* :୧) ବ୍ରାଉନ ସୁଗାର- ୧୦.୯୦ ଗ୍ରାମ୍ ୨) ମୋବାଇଲ୍ ଫୋନ୍ – ୨ ଟା୩) ବେଆଇନ୍ ଟଙ୍କା -୮୦୦/-

Leave a Reply

Your email address will not be published. Required fields are marked *