ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କୁ ବିରୋଧ
– ଆମ ଓଡ଼ିଶା ନିବିନ ଓଡ଼ିଶା ରେ ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଓଡ଼ିଶାଗଡ ନୁଆଗଡ଼ ଗ୍ରାମର ଗ୍ରାମଦେବତୀ ନାଗେଶ୍ୱରୀ ଠାକୁରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଥିବା ବେଳେ ସ୍ଥାନୀୟ ଦୁଇ ଜଣ ଅସାମାଜିକ ଯୁବକ ଜ୍ଞାନରଞ୍ଜନ ସାମନ୍ତରାୟ ଓ ପ୍ରଶାନ୍ତ କୁମାର ସାମନ୍ତରାୟ କାର୍ଯ୍ୟ କୁ ବିରୋଧ କରିବା ସହିତ ମାଡ଼ ମାରିଥିବା ଅଶଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଏହି ବିକାଶ ଯୋଜନା କୁ ବିରୋଧ କରିବା ସହିତ କାର୍ଯ୍ୟ ଚାଲିଥିବା ସମୟରେ କୋଦାଳ, କୋଡ଼ି, ଶାବଳ ଆଦି ବହୁ ସାମଗ୍ରୀ ଛଡେଇ ନେଇ ଛନ୍ତି । ଏହି ଦୁଇ ଜଣ ମଧ୍ୟରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ରହିଥିବା ବେଳେ ଅନ୍ୟ ଜଣେ ଆଶ୍ରମପାଟଣା ସ୍ଥିତ ଯୁକ୍ତ ଦୁଇ କଲେଜରେ କାର୍ଯ୍ୟ କରୁଛନ୍ତି । ତେବେ ଏହି ଘଟଣାକୁ ନେଇ ଜଗତସିଂହପୁର ଠାରେ ଉଭୟଙ୍କ ନାମରେ ଅଭିଯୋଗ କରାଯାଇଛି । ଗତ 8 ତାରିଖରୁ କେଶ କରାଯାଇ ବିଭିନ୍ନ ଦଫା ଲାଗିଥିଲେ ମଧ୍ୟ ପୋଲିସ ଆଜି ପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତ କୁ ଗିରଫ କରୁନାହାନ୍ତି । ଯାହା ଫଳରେ ସାଧାରଣ ରେ ଆସନ୍ତୋଷ ପ୍ରକାଶ ପାଇଛି । ତେବେ ଆମ ଓଡ଼ିଶା ନବୀନ ଓଡ଼ିଶା ର ଗ୍ରାମାଞ୍ଚଳରେ ଯେଉଁ ମାନେ ବାଧା ସୃଷ୍ଟି କରିଛନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।
ଜଗତସିଂହପୁର ରୁ Rita sahoo
