ନିମ୍ନ ମାନର ରାସ୍ତା କାମକୁ ବିରୋଧ।
Date – 22.1.26Place – ଗଞ୍ଜାମ ସୋରଡା ଥାନା ଗୋଚ୍ଛା ଗାଁ ନିକଟରେ ନିମ୍ନ ମାନର ରାସ୍ତା କାମକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ।ରାସ୍ତା ଉପରେ ଗଛ ପକାଇ ପିଚୁ କାମ ବନ୍ଦ କଲେ ଲୋକେ ।ଗଞ୍ଜାମ – କନ୍ଧମାଳ ଜିଲ୍ଲାକୁ ସଂଯୋଗ କରିବାକୁ ରାସ୍ତା କାମ ନିର୍ମାଣ ଚାଲିଥିଲା । ଗୋଛା ଠାରୁ କରଡ଼ା ଗାଁ ପର୍ଯ୍ୟନ୍ତ ଛଅ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଆସିଥିଲା ଛଅ କୋଟି ।ହେଲେ ଠିକାଦାର ପିଚୁ ପକାଇବାର କିଛି ମାସ ପରେ ରାସ୍ତାରୁ ପିଚୁ ଉଠି ଯିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ଅଭିଯୋଗ କରିଥିଲେ ଲୋକେ ।ହେଲେ କେହି ନ ଶୁଣିବାରୁ ଆଜି ସ୍ଥାନୀୟ ଲୋକେ ବାଧ୍ୟ ହୋଇ ରାସ୍ତା ଅବରୋଧ କରି ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି ।
