ଅପରେସନ୍ ଚକ୍ର
ପ୍ରେସ ବିଜ୍ଞପ୍ତି
ଅପରେସନ୍ ଚକ୍ର
ମୁଖ୍ୟ ଅଭିଯୁକ୍ତ ଜଟିଆ @ ସୋମନାଥ ରାଉତ ଗିରଫ
ପୁରୀ ଜିଲ୍ଲା ପୋଲିସ ଦ୍ୱାରା ବେଆଇନ ଜୁଆ ଖେଳ ବିରୋଧରେ ବିଶେଷ ଅଭିଯାନ “ଅପରେସନ୍ ଚକ୍ର” ଅଧୀନରେ ଜାରି ରହିଛି। ଏହି ଅଭିଯାନରେ ସଦର ଥାନା ପୋଲିସ 18/19 ଅକ୍ଟୋବର 2025 ର ମଧ୍ୟରାତ୍ରିରେ ସୂଚନା ଆଧାରରେ ଖଡିପଦା ଗାଁରେ ଚଢାଉ କରାଯାଇଥିଲା। ପୁରୀ ସଦର ଥାନା କେସ୍ ନମ୍ବର–636/2025, ତାରିଖ–19.10.2025, ଧାରା–3 ଓଡ଼ିଶା ପ୍ରତିଷେଧ ଜୁଆ ଆଇନ (OPG Act) ସହିତ ଧାରା–4 Prize Chits and Money Circulation Schemes (Banning) Act, 1978 ଅନୁସାରେ ମାମଲା ରଜିଷ୍ଟର ହୋଇଛି।
ଚଢାଉ ସମୟରେ 14 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଓ ସେମାନଙ୍କ ପାଖରୁ ବହୁଳ ପରିମାଣ ଟଙ୍କା ଓ ଅନ୍ୟାନ୍ୟ ପ୍ରମାଣ ଜବତ ହୋଇଛି। ମୁଖ୍ୟ ଅଭିଯୁକ୍ତ ଜଟିଆ @ ସୋମନାଥ ରାଉତ, ଖଡିପଦା, ଆରମ୍ଭରେ ଫେରାର ଥିଲେ, ଯାହାକୁ ଆଜି ସଦର ଥାନା ପୋଲିସ ଗିରଫ କରିଛନ୍ତି।
ଜବତ ବସ୍ତୁ ସୂଚନା:
- ରୁ. 7,71,600/- (₹500×1398, ₹200×150, ₹100×376, ₹50×100)
- ଜୁଆ ପାଇଁ ବ୍ୟବହୃତ 12 ପ୍ୟାକେଟ୍ କାର୍ଡ ଓ 60 ପ୍ଲାଷ୍ଟିକ୍ ଟୋକେନ୍
- ଦୁଇଟି ଚାରିଚକିଆ ଗାଡ଼ି –
KIA Car (OD-13-Y-3666)
Mahindra XUV-700 (OD-33-AP-3803)
- ଛଅଟି ଦୁଇଚକିଆ ଯାନବାହନ
ଗିରଫ ହୋଇଥିବା ଅଭିଯୁକ୍ତମାନେ:
- ମନସ ପ୍ରଧାନ (41), ଖଡିପଦା, ସଦର, ପୁରୀ
- ବିଜୟ କୁମାର ସ୍ୱାଇଁ (42), ମାର୍କଣ୍ଡେଶ୍ୱର ସାହି, ଟାଉନ୍, ପୁରୀ
- ପ୍ରମୋଦ କୁମାର ମହାନ୍ତି (50), ଦାମୋଦରପୁର, ଚନ୍ଦନପୁର
- ମଧୁସୂଦନ ପ୍ରଧାନ (44), ଗୋପବନ୍ଧୁ ଲେନ୍, କୁମ୍ଭରପଡ଼ା
- ପ୍ରସନ୍ନ କୁମାର ନାହାକ (48), ସିପାକୁଡା, ରମ୍ଭା, ଗଞ୍ଜାମ
- ଅମିତ କୁମାର ସାହୁ (38), ଖଡିପଦା, ସଦର, ପୁରୀ
- ପ୍ରମୋଦ ବରାଲ (43), ଗୌଡବାଡାସାହି, ଟାଉନ୍, ପୁରୀ
- ପବିତ୍ର ମଲିକ (32), ଗୌଡବାଡାସାହି, ବଲିଆପଣ୍ଡା
- ପିଣ୍ଟୁ ମାଝି (22), ଟାଙ୍ଗି ଚନ୍ଦପୁର, ନୟାଗଡ଼
- ରାଜେଶ ବେହେରା (23), କଣାସ, ପୁରୀ
- ଲକ୍ଷ୍ମୀଧର ବାରିକ (48), ଲୋକନାଥ ରୋଡ, ବସେଲିସାହି, ପୁରୀ
- ଜଗନ୍ନାଥ ସାହୁ (31), ଲୋକନାଥ ଘାଟ, ବସେଲିସାହି, ପୁରୀ
- ପ୍ରଦୀପ୍ତ କୁମାର ଦାଶ (62), ହାତିସାଳ, ବସେଳିସାହି, ପୁରୀ
- ଧୃବଲୋଚନ ବଲିଆରସିଂହ (26), ଖଡିପଦା, ସଦର, ପୁରୀ
ଅଭିଯାନର ସଂକ୍ଷିପ୍ତ ବିବରଣୀ:
ବିଶ୍ୱସନୀୟ ସୂଚନା ଆଧାରରେ ସଦର ଥାନା ପୋଲିସ ଦଳ ଖଡିପଦା ଗାଁରେ ଚଢାଉ କରିଥିଲେ, ଯେଉଁଠାରେ ଜଟିଆ @ ସୋମନାଥ ରାଉତଙ୍କ ନେତୃତ୍ୱରେ ଅନେକ ଲୋକ ଜୁଆ ଖେଳୁଥିଲେ। ପୋଲିସ ଦଳ ତତ୍କ୍ଷଣାତ୍ କାର୍ଯ୍ୟକ୍ଷେତ୍ରରେ ପହଞ୍ଚି 14 ଜଣଙ୍କୁ ଗିରଫ କଲେ ଓ ଜବତ ସାମଗ୍ରୀ ଜପ୍ତ କଲେ।
ପୁରୀ ପୋଲିସ ଅବୈଧ କାର୍ଯ୍ୟକଳାପ ଉପରେ କଠୋର କାର୍ଯ୍ୟନୁଷ୍ଠାନ ଜାରି ରଖିବା ସହ ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା ପ୍ରତି ପ୍ରତିବଦ୍ଧ ଅଛି।
– ପୁରୀ ପୋଲିସ
ତାରିଖ – 21.10.2025
