ସି.ବି.ଏସ.ଇ. ସହୋଦୟ ତରଫରୁ ଏନ.ଇ.ପି -୨୦୨୦ ଏବଂ ଏନ.ସି.ଏଫ୍ -୨୦୨୩
*ସି.ବି.ଏସ.ଇ. ସହୋଦୟ ତରଫରୁ ଏନ.ଇ.ପି -୨୦୨୦ ଏବଂ ଏନ.ସି.ଏଫ୍ -୨୦୨୩ ର ଏକ ଆଲୋଚନାଚକ୍ର ଅନୁଷ୍ଠିତ* ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଯଯାତି କୋର୍ଟୟାର୍ଡ୍ ଠାରେ ସି.ବି.ଏସ.ଇ ସହୋଦୟ ତରଫରୁ ଏନ.ଇ.ପି -୨୦୨୦ ଏବଂ ଏନ.ସି.ଏଫ୍ -୨୦୨୩ ର ଏକ ଆଲୋଚନାଚକ୍ର ବ୍ୟାସନଗର ପବ୍ଲିକ ସ୍କୁଲ ଓ ଫୁଲମାର୍କସ ପବ୍ଲିକେସନର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଫୁଲମାର୍କସ ପବ୍ଲିକେସନ ତରଫରୁ ଏନ.ଇ.ପି -୨୦୨୦ ଏବଂ ଏନ.ସି.ଏଫ୍ -୨୦୨୩ ବିଷୟରେ ବିଶେଷ ଆଲୋଚନା ସହ ଗୁଲମୋହର ହିନ୍ଦୀ ବୁକ୍ସ ର ପ୍ରଚାର ପ୍ରସାରଣ ସହ ହିନ୍ଦୀ ବିଷୟ ପ୍ରତି ଅଧିକରୁ ଅଧିକ ଗୁରୁତ୍ବ ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା l ସହୋଦୟା କମିଟିର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ନୂତନ ମେମ୍ବର ଙ୍କୁ ସାମିଲ କରାଯାଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା l

ଏନ.ଇ.ପି. -୨୦୨୦ କୁ ସମ୍ପୂର୍ଣ୍ଣ ଭାବରେ ୨୦୨୫ ଠାରୁ ଲାଗୁ କରାଯିବାକୁ ପରାମର୍ଶ ଦେଇଥିଲେ l ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସହୋଦୟ କମିଟିର ସଦସ୍ୟ ମାନେ ନିଜ ନିଜର ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଯାଜପୁର, କଟକ, କେନ୍ଦୁଝର, ଭଦ୍ରକ, ଭୁବନେଶ୍ଵର ସହ ଓଡ଼ିଶାରେ ଥିବା ଅନେକ ସି.ବି.ଏସ.ଇ ପବ୍ଲିକ ସ୍କୁଲର ପ୍ରିନ୍ସିପଲ୍, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ l ତେବେ ବ୍ୟାସନଗର ପବ୍ଲିକ ସ୍କୁଲ ଏହି କାର୍ଯ୍ୟକ୍ରମ ସଞ୍ଚାଳନରେ ମୁଖ୍ୟ ଭୂମିକା ନିଭାଇଥିଲା
