ଜିଲ୍ଳା କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ
କୋଣାର୍କ,୦୩.୦୯- କୋଣାର୍କ ଏନଏସି ଡାଳିମ୍ବ ଗୋରଡିସ୍ଥିତ ମହାଲକ୍ଷ୍ମୀ ପ୍ୟାଲେସ ଠାରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦେଶ କ୍ରମେ କାକଟପୁର ନିର୍ବାଚନ ମଣ୍ଡଳୀ ଓ ନିମାପଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ବରିଷ୍ଠ କର୍ମକର୍ତ୍ତା ଓ ବରିଷ୍ଠ କର୍ମୀ ମାନଙ୍କୁ ନେଇ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପୁରୀ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ନେତା ମନୋରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଓ ସାଂଗଠନିକ କର୍ମକର୍ତ୍ତା ଚୟନ ଦାୟିତ୍ବରେ ଥିବା ମୁଖ୍ୟ ପର୍ଯ୍ୟବେକ୍ଷକ ତଥା କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଓ ସାଂସଦ ଜି.ସି ଚନ୍ଦ୍ରଶେଖର ଯୋଗଦେଇ କାକଟପୁର ନିର୍ବାଚନ ମଣ୍ଡଳୀ ଓ ନିମାପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପଞ୍ଚାୟତ ଓ କୋଣାର୍କ ଏନଏସିର ୧୩ ଗୋଟି ଓ୍ବାର୍ଡର ବରିଷ୍ଠ କଂଗ୍ରେସ ନେତା ଓ ତୃଣମୂଳ ସ୍ତରର ପୁରୁଖା କଂଗ୍ରେସ କର୍ମୀ ମାନଙ୍କ ସହିତ ଜିଲ୍ଲା ସଭାପତି ଚୟନ ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ସେମାନଙ୍କ ମତାମତ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, କାକଟପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ବିଶ୍ବ ଭୁଷଣ ଦାସ, ବରିଷ୍ଠ କଂଗ୍ରେସ ନେତା ଅମିୟ କୁମାର ପଟ୍ଟନାୟକ, ପୁରୀ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, ପୂର୍ବତନ ଗୋପ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ନୀଳମଣି ପ୍ରଧାନ, କଂଗ୍ରେସ ନେତ୍ରୀ କୁସୁମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ଏହି ବୈଠକରେ କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଣାର୍କ ଏନଏସିର ଜମିଜମା ସମାସ୍ୟାର ସ୍ଥାୟୀ ସମାଧାନ, ପର୍ଯ୍ୟଟକ ଓ ଜନସାଧାରଣ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ସ୍ବାସ୍ଥ୍ୟ ସେବାକୁ ତ୍ବରାନ୍ବିତ କରିବା, ପର୍ଯ୍ୟଟନ ଶିଳ୍ପର ଦ୍ରୂତ ଅଭିବୃଦ୍ଧି ଓ ସେମାନଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରିବା, କାକଟପୁର ନିର୍ବାଚନ ମଣ୍ଡଳୀର କାକଟପୁର ଓ ଅସ୍ତରଙ୍ଗ ବ୍ଲକର ମତ୍ସଜୀବୀ ମାନଙ୍କ ନିମନ୍ତେ ଶୀତଳ ଭଣ୍ଡାର ସ୍ଥାପନ, କୃଷକ ମାନଙ୍କ ନିମନ୍ତେ କୃଷି କାର୍ଯ୍ୟ ସଂପାଦନ ନିମନ୍ତେ ଜଳସେଚନ ସୁବିଧା ସୁନିଶ୍ଚିତ କରିବା, କାକଟପୁର ନିର୍ବାଚନ ମଣ୍ଡଳୀ ଓ ନିମାପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପଞ୍ଚାୟତ, ନିମାପଡ଼ା ଓ କୋଣାର୍କ ଏନଏସିର ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ କଂଗ୍ରେସ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ଏହି।କାର୍ଯ୍ୟକ୍ରମକୁ କାକଟପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି, କାକଟପୁର ବ୍ଲକ ପୂର୍ବତନ କଂଗ୍ରେସ ସଭାପତି ଅବଧୂତ ସ୍ବାଇଁ , ବରିଷ୍ଠ ନେତା ବିଚିତ୍ରାନନ୍ଦ ଦାଶ, କାଉନସିଲର ନିହାର ରଞ୍ଜନ ବେଉରା, ଯୁବନେତା ସ୍ବାଧୀନ ନାୟକ, ବାନମ୍ବର ନାୟକ ଓ ଉପେନ କାଣ୍ଡି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
