ଜଟଣୀ ରେଳ ବିଜେବି ଇନଷ୍ଟିଚ୍ୟୁଟରେ ଯୁବ କର୍ମମନ୍ଦିର ଆୟୋଜନ
ଜଟଣୀ ରେଳ ବିଜେବି ଇନଷ୍ଟିଚ୍ୟୁଟରେ ଯୁବ କର୍ମମନ୍ଦିର ଆୟୋଜନ। ଜଟଣୀଜଟଣୀରେ ପ୍ରତିବର୍ଷ ଭଳି ଚଳିତବର୍ଷ କିଛି ଯୁବ ପ୍ରତିଭା, କର୍ମଯୋଗୀ ମାନଙ୍କୁ ନେଇ ୟୁଥ ଫେଷ୍ଟିଭାଲ ଆୟୋଜନ ହୋଇଥିଲା। ଏହି ଫେଷ୍ଟିଭାଲ ସ୍ଥାନିୟ ରେଳ ମଣ୍ଡଳ ବିଜେବି ଇନଷ୍ଟିଚ୍ୟୁଟ ପରିସରରେ ସଂଯୋଗୀକରଣ ହୋଇଥିଲା। ସଂଯୋଜକର ମୁଖ୍ଯ ଶୁଦିପ୍ତ ରାୟ ଆଇ ଓ ସିଲ୍ ଅଧକ୍ଷ ଏବଂ ସଞ୍ଚାଳନ କରିଥିଲେ ଶ୍ରୀମତୀ ସବିତା ରାୟ। ଏତଦବ୍ୟତୀତ ସହୋଯାଗି କର୍ମି ବୃନ୍ଦ।ଏହି କର୍ମମନ୍ଦିର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ମୁଖ୍ଯ ଅତିଥି ଭାବେ ରେଳ ପ୍ରବନ୍ଧକ ହର୍ବିନ୍ଦର ସିଂ ବାଜୱା, ମୁଖ୍ଯ ବକ୍ତା ପଦ୍ମଶ୍ରୀ ବିନୋଦ ମହାରଣା, ସମ୍ନାନିତ ଅତିଥି ଚଳଚ୍ଚିତ୍ର ସଂଯୋଜକ ବିରଞ୍ଚି ପଣ୍ଡା, ଶିକ୍ଷାବିତ୍ ତ୍ରିଲୋଚନ ରାୟ ଓ ଚଳଚ୍ଚିତ୍ର ଅଭିନେତା ଅଭିଷେକ ଗିରି ପ୍ରବୃତ୍ତିଙ୍କୁ ନେଇ ପ୍ରଦୀପ ପ୍ରଜ୍ବଳନ କରାଯାଇ ଉଦ୍ଘାଟିତ କରାଯାଇଥିଲା। ଏତଦବ୍ୟତୀତ ଶତାଧିକ ଛାତ୍ର ଛାତ୍ରୀ ଓ ଜୁବ ସଂଗ୍ରାମୀ ୟୁଥ ଫେଷ୍ଟିଭାଲରେ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ମଣ୍ଡଳ ପ୍ରବନ୍ଧକ ଶ୍ରୀ ବାଜୱା ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଓଡିଶାର ବିକାଶରେ ରେଳପଥର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ। ଆଜିର ଯୁବପିଢିଙ୍କ ସହଯୋଗ ନିତାନ୍ତ ଆବଶ୍ୟକ। ଆହୁରୀ ମଧ୍ଯ କହିଥିଲେ ଜଟଣୀର ଉନ୍ନତି ଓ ବିକାଶ ପାଇଁ ଯୁବ ସମାଜ କଠିନ ପରିଶ୍ରମ କରି ଜଟଣୀର ନାମକୁ ଉଜ୍ଜଳ କରିବା ପାଇଁ ଅନୁରୋଧ କରିଥିଲେ। ପଦ୍ମଶ୍ରୀ ବିନୋଦ ମହାରଣା ନିଜର ଅନୁଭୁତି, କର୍ତ୍ତବ୍ୟନିଷ୍ଠା ଓ ଅଧବସାୟ କଥା ଯୁବପିଢିଙ୍କୁ ବୁଝାଇଥିଲେ। ତ୍ରିଲୋଚନ ରାୟ, ଧନ୍ଦାମୂଳକ ଶିକ୍ଷାର ଆଲୋକପାତ କରିଥିଲେ। ଅଭିନେତା ଅଭିଷେକ ଗିରି, ଓଡିଶାର ସଂସ୍କୃତିକୁ କିପରି ଅଗ୍ରାଧିକାର ଦିଆଯିବ ତାର ପରାମର୍ଶ ଦେଇଥିଲେ। ସର୍ବଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ସମ୍ବଲପୁରୀ ନୁର୍ତ୍ୟ ପରିବେଷଣ କରି ସଭାସାଙ୍ଗ କରାଯାଇଥିଲା।
