ଗଙ୍ଗାଧର ମହାପାତ୍ର ସ୍ମୃତି କମିଟି ପକ୍ଷରୁ ପୁରୀ ସଂସ୍କୃତି ଭବନରେ ଆୟୋଜିତ

ଗଙ୍ଗାଧର ମହାପାତ୍ର କେବଳ ଜଣେ ମହାନ୍ ବ୍ୟକ୍ତି ନଥିଲେ ବରଂ ଏକ ଅନୁଷ୍ଠାନ ଥିଲେ ।ଗଙ୍ଗାଧର ମହାପାତ୍ର ସ୍ମୃତି କମିଟି ପକ୍ଷରୁ ପୁରୀ ସଂସ୍କୃତି ଭବନରେ ଆୟୋଜିତ ସ୍ମୃତି ସଭାରେ ଏହା କହିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ।ସ୍ୱର୍ଗତଃ ଗଙ୍ଗାଧର ମହାପାତ୍ର କେବଳ ଜଣେ ପ୍ରବୀଣ ଆଇନଜୀବି,ସ୍ଵାଧୀନତା ସଂଗ୍ରାମୀ ,ରାଜନୀତିଜ୍ଞ ନଥିଲେ ବରଂ ଏକାଧାରରେ ଜଣେ ଭଲ ମଣିଷ ହୋଇ ଲୋକଙ୍କ ସେବାରେ ଜୀବନ ବ୍ୟାପି ନିଜକୁ ନିୟୋଜିତ ହୋଇଥିଲେ।ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ଵବିଦ୍ୟାଳୟ ଓ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କ ଯୋଗଦାନ ଅବିସ୍ମରଣୀୟ ।

ଗଙ୍ଗାଧର ମହାପାତ୍ର ସ୍ମୃତି କମିଟି ପକ୍ଷରୁ ନୀଳକଣ୍ଠ ପତିଙ୍କ ସଭାପତିତ୍ୱରେ ସ୍ମୃତି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା,ଓଡ଼ିଶା ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷ ସୀତାଂଶୁ ଦ୍ବିବେଦୀ , ତାଙ୍କ ସୂପତ୍ର ତଥା ଆଇନଜୀବି ଉମାବଲ୍ଲଭ ମହାପାତ୍ର ,ଚକ୍ରଧର ମହାପାତ୍ର ,ବିପିନ ବିହାରୀ ଦଳାଇ ପ୍ରମୁଖ ଯୋଗ ଦେଇ ତାଙ୍କ ସ୍ମୃତି ଚାରଣ କରିଥିଲେ।ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ବିଜୟ ଦାଶ,ବନବିହାରୀ ନାୟକ ,ସୁଶାନ୍ତ କୁମାର ରଥ ,ପବିତ୍ର ମୋହନ ଦଳାଇଙ୍କୁ ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *