ଓଡ଼ଗାଁ ବ୍ଳକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ଓଡ଼ଗାଁ ବ୍ଳକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ଓଡ଼ଗାଁ ତା ୨୧I୧୧- ଆଜି ଓଡ଼ଗାଁ ବ୍ଳକରେ ଲୋକ ନୋଡାଲ ବିଦ଼୍ୟାପୀଠ ପ.ମାନପୁର ଠାରେ ଓଷ୍ଟା ର ମଣ୍ଡଳ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଭାଇଚାର ଭିତ୍ତିରେ ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି । ଓଡ଼ଗାଁ ବ୍ଳକରେ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ଏକତ୍ର ବସି ଆଲୋଚନା ଓ ସହମତି ଭିତ୍ତିରେ କର୍ମକର୍ତ୍ତା ଚୟନ କରିଛନ୍ତି ।ଏହି ବୈଠକରେ ଲୋକ ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ତଥା ସଂଗଠନର ବରିଷ୍ଠ ସଦସ୍ୟ ଅଦ୍ଵୈତ ନାରାୟଣ ସିଂହ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସମ୍ପାଦକ ମାନସ କୁମାର ସାହୁ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇଥିଲେ । ଜିଲ୍ଲା ସଂଗଠନ ତରଫରୁ କାର୍ଯକାରୀ ସଭାପତି ଘନଶ୍ୟାମ ରାଉତ, ଉପସଭାପତି ନିରାକାର ସ୍ୱାଇଁ, ଲକ୍ଷ୍ମୀଧର ମହାପାତ୍ର,ଯୁଗ୍ମ ସମ୍ପାଦକ ପରମାନନ୍ଦ ଦଳେଇ ପ୍ରମୁଖ ଯୋଗଦେଇଥିଲେ । ସମ୍ପାଦକ ବିବରଣୀ ପାଠ କଲାପରେ ଏହାକୁ ସମସ୍ତେ କରତାଳି ଦେଇ ସମର୍ଥନ କରିଥିଲେ। ଏହା ପରେ ସଭାପଡି ନୂତନ କର୍ମକର୍ତ୍ତା ଚୟନ ପାଇଁ ଘୋଷଣା କରିଥିଲେ । ସର୍ବ ସମ୍ମତି କ୍ରମେ ବିଭିନ୍ନ ପଦବୀ ପାଇଁ ନାମ ପ୍ରସ୍ତାବିତ ହୋଇ ଗୃହୀତ ହୋଇଥିଲା । ସଭାପତି ସତ୍ୟନାରାୟଣ ଆଚାର୍ଯ୍ୟ,ଉପସଭାପତି ଆଦିତ୍ୟ ନାରାୟଣ ରଣସିଂହ,ଓ ଶ୍ରୀମତୀ ସୁଲୋଚନା ସ୍ୱାଇଁ,ସମ୍ପାଦକ ଭଗବାନ ସାହୁ,ଯୁଗ୍ମସମ୍ପାଦକ ଚନ୍ଦ୍ରଶେଖର ନାୟକ,ସନ୍ତୋଷ କୁମାର ମହାପାତ୍ର,ଶ୍ରୀମତୀ ସୁନୀତା ବେହେରା, ଜିଲ୍ଲାପରିଷଦ ସଦସ୍ୟ ଅରବିନ୍ଦ ପରିଡ଼ା,ପ୍ରଫୁଲ୍ଲ କୁମାର ପ୍ରଧାନ,ପ୍ରଭାତ କୁମାର ମିଶ୍ର, ପ୍ରମୋଦ କୁମାର ବସନ୍ତିଆ,ଜୟନ୍ତ ଦୋରା,ମୀନକେତନ ସାହୁ,ତ୍ରିନାଥ ନାୟକ ଓ ଦେବରାଜ ସ୍ୱାଇଁ ଙ୍କୁ ପଦ୍ ପଦବୀରେ ଚୟନ କରାଯାଇଥିଲା ।ପରିଶେଷରେ ପଦାଧିକାରୀମାନେ ଶପଥଗ୍ରହଣ କରିଥିଲେ। ଶିକ୍ଷକ ଦାଶରଥି ପାଳ ଧନ୍ୟବାଦ ଅର୍ପଣ କରିଥିଲେ ପରିଶେଷରେ ସଭାପତିଙ୍କ ନିର୍ଦ୍ଦେଶରେ ସଭା ସାଙ୍ଗ କରାଗଲା ।

Leave a Reply

Your email address will not be published. Required fields are marked *