ଓଷ୍ଟାର ଦୁଇ ଦିନିଆ ଶିଶୁ ମେଳା ଉଦଯାପିତ
ଓଷ୍ଟାର ଦୁଇ ଦିନିଆ ଶିଶୁ ମେଳା ଉଦଯାପିତ, ସାସ୍କୃତିକ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ବିମୋହିତ।କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ RCଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଶିଶୁ ମେଳା ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ପୁରୀ ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ବରାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇଦିନିଆ ଶିଶୁ ମେଳାର ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଶିଶୁ ମେଳା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲୁକାୟିତ ଭାବେ ରହିଥିବା ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ପାଇଁ ଏକ ପ୍ରଶସ୍ତ ମାଇଲ ଖୁଣ୍ଟ ସଦୃଶ। ଏହା ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କ ଅଧ୍ଯୟନ ସହିତ ନିଜର ପ୍ରତିଭା ପ୍ରଦର୍ଶନ କରି ଅନ୍ୟ ସହପାଠୀ ମାନଙ୍କୁ ଏଥିରେ ଅନୁପ୍ରାଣିତ କରି ସେମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ଓ ବୌଦ୍ଧିକ ବିକାଶ ପାଇଁ ସହାୟକ ହେବ ବୋଲି ମୁଖ୍ୟ ଅତିଥି ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ମତବ୍ୟକ୍ତ କରିଥିଲେ। ଏହି ଉଦଯାପନୀ ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମରଥ, ଗୋପ ବ୍ଲକ ମହିଳା ମହାସଂଘ ସଭାନେତ୍ରୀ ତଥା ବିଶିଷ୍ଟ ସମାଜସେବୀ ମିନାକ୍ଷୀ ପୃଷ୍ଟି, ଗୋପ ବ୍ଲକ ଶିକ୍ଷା ଅଧିକାରୀ ସୁଶୀଲ କୁମାର ବ୍ରହ୍ମା,ପୁରିଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ଶିବଦତ ନାୟକ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା,ପୁରୀ ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ସଂପାଦକ ବିଭୂଦତ୍ତ ନାୟକ, କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ର ନାଥ ବାହିନୀ ପତି,ସମାଜସେବା ରଶ୍ମିରଞ୍ଜନ ବିଶ୍ବାଳ ଓ ରତିକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହି ଦୁଇ ଦିନିଆ ଶିଶୁ ମେଳାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା କୋଣାର୍କ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଆୟୁଷମାନ ସାହୁ, ନୟାହାଟ ଉଚ୍ଚ ବିଦ୍ୟାଳୟ ର ଏନ ସି ସି ଛାତ୍ର ଆଦିତ୍ୟ ମିଶ୍ରଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ମନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୃତ୍ୟରେ ସତ୍ଯବାଦୀ ବ୍ଲକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭଲକ୍ଷ୍ମୀ ମହାପାତ୍ର , କୁଇଜ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସମ୍ଯଜିତ ସାହୁ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଚିନ୍ମୟ ମିଶ୍ର, କଣ୍ଠ ସଂଗୀତରେ ଶୁଭ ପ୍ରିୟ ଦର୍ଶନୀ ରାଉତ, ଚିତ୍ରାଙ୍କନ ପ୍ରତିଯୋଗିତାରେ ସୋମନାଥ ମହାନ୍ତି, ତର୍କ ପ୍ରତିଯୋଗିତାରେ ବର୍ଷା ପ୍ରିୟଦର୍ଶିନୀ ରାଉତ, କବିତା ଆବୃତ୍ତିରେ ପୂଜା ଜେନା, ଗଳ୍ପ ଲିଖନରେ ଦିପ୍ତୀମୟୀ ଦାଶ ପ୍ରମୁଖଙ୍କୁ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମାନପତ୍ର ସହିତ ଟ୍ରଫି ଦିଆଯାଇ ପୁରସ୍କୃତ କରାଯାଇଥିଲା। ଏହି ଉଦଘାଟନୀ ସମାରୋହରେ ନୂଆଗାଁ ସ୍ଥିତ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ଵର ବିଦ୍ୟାପୀଠର ଛାତ୍ର ମାନଙ୍କ ଦ୍ଵାରା ପରିବେଷିତ ଗୋଟିପୁଅ ନୃତ୍ୟ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ର ପ୍ରାକ୍ତନ ସଭାପତି ଅଶୋକ କୁମାର ସ୍ବାଇଁ, କ୍ରୀଡା ଶିକ୍ଷକ ଅଭୟମଲ୍ଲ,ପ୍ରଧାନ ଶିକ୍ଷକ ରାମକୃଷ୍ଣ ମହାନ୍ତି, ଶିକ୍ଷକ ଭାଗିରଥି ପାଇକରାୟଙ୍କ ସମେ୪୦ରୁ ଊର୍ଦ୍ଧ୍ବ ଜିଲ୍ଲା, ବ୍ଲକ କର୍ମକର୍ତ୍ତା ଓ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ଉପସଭାପତି ରୂପଶ୍ରୀ ଛୋଟରାୟ ସଂଯୋଜନା କରିଥିଲେ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଜିଲ୍ଲା କାର୍ଯ୍ଯକାରି ସଭାପତି ପବିତ୍ର ମୋହନ ଦାଶ, ଗୋପ ବ୍ଲକ ସଂପାଦକ ରାମକୃଷ୍ଣ ମହାନ୍ତି, ଉପସଭାପତି ଲକ୍ଷ୍ମୀଧର ଉପାଧ୍ୟାୟ, ତରୁଣ କୁମାର ନାୟକ, ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ଯା ସସ୍ମିତା ରାଉତରାୟ, କୃପାସିନ୍ଧୁ ବିଶ୍ବାଳ, ମହେନ୍ଦ୍ର କୁମାର ପାଢୀ ପ୍ରମୁଖ ପରିଚାଳନା କରିଥିଲେ।
