ଆମ ସମ୍ବିଧାନ ଆମରି ବଳ
ଆମ ସମ୍ବିଧାନ ଆମରି ବଳ
🖊କବିରତ୍ନ ନୂତନ କୁମାର ବେହେରା
ଆମ ସମ୍ବିଧାନ ଆମରି ବଳ
ଦିଏ ଅଧିକାର କରେ ମଙ୍ଗଳ,
ରାଷ୍ଟ୍ର ଗଠନର ଅଟଇ ମୂଳ
ଭବିଷ୍ୟତ ଗଢ଼େ କରି ଉଜ୍ଜ୍ୱଳ।
ଭାରତ ଆମର ସୁନାର ଦେଶ
ପ୍ରକୃତି ଶିରୀ ଭରି ଦିଏ ହସ,
ସ୍ବଚ୍ଛ ପରିବେଶ ଆଣେ ବିକାଶ
ସୁଖ ଶାନ୍ତିରେ କରୁ ଆମେ ବାସ।
ସ୍ବାଧୀନତା ପରେ ହୋଇଛି ଗଢ଼ା
ସୁରକ୍ଷା ପାଇଁ ଏ ଏକାନ୍ତ ଲୋଡ଼ା,
ଆଇନ ଶୃଙ୍ଖଳା ହୁଏ ସଜଡ଼ା
ସମ୍ବିଧାନ ଧାରା ରାଷ୍ଟ୍ରରେ ଯୋଡ଼ା।
ଆମ୍ବେଦକର ଗଢ଼ି ସମ୍ବିଧାନ
ସ୍ବରାଷ୍ଟ୍ରକୁ ଦେଲେ ଦିଗଦର୍ଶନ,
ଧାରା ଉପଧାରା କରି ଲିଖନ
ନାଗରିକଙ୍କୁ କଲେ ସଚେତନ।
ନା ନା ଜାତି ଧର୍ମର ସମ୍ପ୍ରଦାୟ
ଏକତାର ସୂତ୍ରେ ରଖନ୍ତି ଲୟ,
ସମ୍ବିଧାନ ଆମ ଦୂରାଏ ଭୟ
ଦେଶପ୍ରେମର ହୁଏ ଅଦ୍ଭୁଦୟ।
ରାଷ୍ଟ୍ର ଶାସନେ ସମ୍ବିଧାନ ବେଦ
ସମାଧାନ କରେ ବାଦ ବିବାଦ,
ମୌଳିକ ଅଧିକାରର ଆନନ୍ଦ
ବ୍ୟକ୍ତି ବ୍ୟକ୍ତି ମଧ୍ୟେ ଦୂରାଏ ଦ୍ବନ୍ଦ୍ବ।
ଆମ ସମ୍ବିଧାନ ଦିଏ ପ୍ରେରଣା
ଜୀବନ ଗଠନେ ଲକ୍ଷ୍ୟ ଠିକଣା,
ପ୍ରଗତିର ଲାଗି ଆସେ ଧାରଣା
ପୂରଣ କରେ ଥାଏ ଯାହା ଊଣା।
ସ୍ଵାଧୀନତାର ଏ ରକ୍ଷା କବଚ
ପ୍ରତିଭା ପ୍ରକାଶର ମହାମଞ୍ଚ,
ବ୍ୟକ୍ତିକୁ ଉଠାଏ ଉଚ୍ଚ ପାହାଚ
ସଂହତିରେ ଏକ ହୁଅନ୍ତି ପାଞ୍ଚ।
ଆମ ସମ୍ବିଧାନ ନୀତି ନିୟମ
ପାଳନ କରିବା ଅଟେ ଧରମ,
ଜାତି ଟେକ ରଖି ଆଣେ ସୁନାମ
ତାର ଧ୍ୟାନ ଦେବା କର୍ତ୍ତବ୍ୟ ଆମ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
