ଭଦ୍ରକ ବ୍ଲକ ବାଉଦ ପୁର ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଦ୍ରକ ବ୍ଲକ ବାଉଦପୁର ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଗ୍ରାମପଞ୍ଚାୟତ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରୀୟ ହଜାର ହଜାର ସଂଖ୍ୟକ ଲୋକ ସମାଗମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ବାଉଦ ପୁର ସରପଞ୍ଚ ଶ୍ରୀମତି ଜୋନାକୀ ଚାନ୍ଦ ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ବରୁଣ ଚାନ୍ଦ ଯୋଗଦାନ କରି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସାଢେ ଚାରିକୋଟି ଓଡ଼ିଆଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ବିକାଶମୂଳକ ପଦକ୍ଷେପ,ମୁଖ୍ୟମନ୍ତ୍ରୀଙ୍କ ଵିକାଶମୂଳକ ଯୋଜନା ଦ୍ୱାରା ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ କରାଯିବା ସହିତ, ସୁବିଧା ,ପାନୀୟଜଳ ସୁବିଧା , ଧାର୍ମିକ ସ୍ଥଳୀ ରୂପାନ୍ତରୀକରଣ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ ଆଦି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଫଳ ରୂପାୟନ ହୋଇପାରିଛି, ଆମେ ଏହି ପଂଚାୟତରେ ଆହୁରି ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ହାତରେ ହାତ ମିଶାଇ ଏକଜୁଟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ମାନ୍ୟବର ବିଧାୟକ ସଂଜୀବ କୁମାର ମଲ୍ଲିକ. ନେତୃତ୍ୱ ରେ ପଞ୍ଚାୟତର ଵିକାଶ ପାଇଁ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଙ୍କ ସମେତ ବହୁ ବିଜୁ ଜନତା ଦଳ ନେତୃବୃନ୍ଦ, ଗ୍ରାମବାସୀ, ଏସଏଚଜିମହିଳା ମାନେ ଯୋଗଦାନ କରିଥିଲେ ପରେ ବିଭିନ୍ନ ଗୀତ ଗାଈ ଗାୟକ ମାନଙ୍କ ଦ୍ଵାରା ଡାନ୍ସ ନୃତ୍ୟ ପରିବେଷଣ କରାଯାଇଥିଲା ।
ପୁନିଲ କୁମାର ସାମନ୍ତ reporter
