ଏସଭିଏମ କଲେଜ ଠାରେ ଆମ ଓଡ଼ିଶା ନବୀନ ଓଡିଶା ଯୁବ ଓଡିଶା ନବୀନ ଓଡିଶା ତଥା ନୂଆ-ଓ କାର୍ଯ୍ୟକ୍ରମ ଆଜି ଉଦଯାପିତ
ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଜିଲ୍ଲାର ସର୍ବ ପୁରାତନ ଏସଭିଏମ କଲେଜ ଠାରେ ଆମ ଓଡ଼ିଶା ନବୀନ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ତଥା ନୂଆ-ଓ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷା, ଖାଉଟି କଲ୍ୟାଣ ଇ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ସମେତ ବହୁ ବିଶିଷ୍ଟ ଅତିଥିମାନେ ଯୋଗ ଦେଇ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟିତ ପ୍ରତିଭାର ପରିସ୍ପୁଟନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ ।ରାଜ୍ୟ ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ ଯୁବତୀମାନେ ନୃତ୍ୟ,ସଙ୍ଗୀତ, ଚିତ୍ରକଳା,କ୍ରୀଡା, ସାମାଜିକ କାର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇ ଆଗକୁ ଯାଇପାରିବେ ବୋଲି ଅତିଥି ମାନେ କହିଥିଲେ ।
ଜଗତସିଂହପୁର ରୁ Rita ସାହୁ reporter
