ଆମ ଓଡ଼ିଶା ନବୀନ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହମା ସ୍ଥିତ ସାରଳା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆମ ଓଡ଼ିଶା ନବୀନ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ସ୍ଥାନୀୟ ସରପଞ୍ଚ ସରୋଜ କୁମାର ସେଠୀ, କୁଜଙ୍ଗ ବ୍ଳକ ଅଧ୍ୟକ୍ଷ।, ସମଜସେବୀ ସୁନାକର ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ଯୁବକ ଯୁବତୀ ମାନଙ୍କ ମଧ୍ୟରେ ରହିଥିବା ଲୁକାୟିତ ପ୍ରତିଭାର ପରିସ୍ପୁଟନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବକ ଯୁବତୀମାନେ ନୃତ୍ୟ,ସଙ୍ଗୀତ,ଚିତ୍ରକଳା,କ୍ରୀଡା, ସାମାଜିକ କାର୍ଯ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇ ଆଗକୁ ଯାଇପାରିବେ ବୋଲି ବିଧାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ପରିଚାଳନା କରିଥିଲେ ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *