ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଗଙ୍ଗାଧର ପୁର ପଞ୍ଚାୟତରେ ଆମ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଗଙ୍ଗାଧର ପୁର ପଞ୍ଚାୟତରେ ଆମ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ଏକ ସାଧାରଣ ସଭାରେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତ ରାୟ , ବ୍ଲକ ବି.ଡି.ଓ ଦେବେନ୍ଦ୍ର ବଳ, ଯୋଗଦେଇ ସାଧାରଣ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବିଭିନ୍ନ ଜନହିତକର ଯୋଜନାସମ୍ପର୍କରେ ଆଲୋକପାତ କରିବା ସହିତ ବିଶାଳ ଜନସମାଗମକୁ ଦେଖୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଉପଲକ୍ଷେ ଓଁକାର ବିଦ୍ୟାମନ୍ଦିର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ ସାଧାରଣ ସଭାରେ ଧର୍ମଶାଳା ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନିର୍ମଳ ରାଉତ, ପଞ୍ଚାୟତର ସଭାପତିସୁଶୀଲ ମହାନ୍ତି, ସରପଞ୍ଚ ତ୍ରିଲୋଚନ ଜେନା ସମିତି ସଭ୍ୟା ନିରୂପମା ବରାଳ, ପୂର୍ବତନ ସମିତି ସଭ୍ୟ ଦାମୋଦର, ଯୁବନେତା ସଦାନନ୍ଦ ନାୟକ, କୃଷ୍ଣ ଚନ୍ଦ୍ର ଦାସ,୧୪ ନମ୍ବର ଜୋନ୍ ମହିଳା ସଭାନେତ୍ରୀ ରୋଜାଲିନ ରାଉଳ, ସିପ୍ରା ସ୍ବାଇଁ, ସସ୍ମିତା ରାଉଳ ପ୍ରମୁଖ ଶ୍ରବଣ ବାରିକ, ରସାନନ୍ଦ ଦାସ ଓ ଲଳିତ ରାଉଳ ପ୍ରମୁଖ ଉତ୍ସବକୁପରିଚାଳନା କରିଥିଲେ।

ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *