ପ୍ରେସ ବିଜ୍ଞପ୍ତି

ଆଜି କୁମ୍ଭାରପଡା ଥାନା, ପୁରୀ ସୀମାଭୂକ୍ତ ଅଞ୍ଚଳ ବାଲିଉପର ବସ୍ତିରେ “ଆମ ପୋଲିସ” ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର, ଡିଏସପି ସିଟି, ପୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ସ୍ଥାନୀୟ ଅଞ୍ଚଳବାସୀ, ସମ୍ମାନୀୟ ବ୍ୟକ୍ତିବର୍ଗ, ଯୁବସଂଘ ସଦସ୍ୟମାନେ ଓ କୁମ୍ଭାରପଡା ଥାନା ଅଧିକାରୀ ଶ୍ରୀଯୁକ ବିଜୟ କେତନ ବେହେରା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଲୋଚନାରେ ଅଞ୍ଚଳର ଆଇନ-ଶୃଙ୍ଖଳା ପରିସ୍ଥିତି, ନିଶା ଉପରେ ନିୟନ୍ତ୍ରଣ, ଟ୍ରାଫିକ ସୁବିଧା, ସାଇବର ଠକେଇ ସଚେତନତା ଓ ସମାଜିକ ସୁରକ୍ଷା ବିଷୟରେ ବିସ୍ତୃତ ମତବିନିମୟ ହୋଇଥିଲା ।

ଡିଏସପି ସିଟି, ପୁରୀ ମହୋଦୟ ଜନସାଧାରଣଙ୍କୁ ପୋଲିସ ସହିତ ସମନ୍ୱୟ ରଖି ଅଞ୍ଚଳରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ, କୌଣସି ଅବୈଧ କାର୍ଯ୍ୟକଳାପ ସମ୍ପର୍କରେ ଜାଣିଲେ ପୋଲିସକୁ ଅବଗତ କରାଇବା ଆବଶ୍ୟକ ରହିଛି । ବସ୍ତିରେ ବସ୍ତିମିତ୍ର ଗଠନ କରିବା, ଗଳି କନ୍ଦିରେ ମୋଟର ସାଇକେଲ ପେଟ୍ରୋଲିଙ୍ଗ କରିବା ପାଇଁ ଆଲୋଚନା ହୋଇଥିଲା.

ସ୍ଥାନୀୟ ଲୋକମାନେ ମଧ୍ୟ ନିଜ ଅଞ୍ଚଳର ସମସ୍ୟା ଓ ପ୍ରସ୍ତାବଗୁଡିକ ପୋଲିସ ପ୍ରଶାସନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ପୋଲିସ ପକ୍ଷରୁ ସମସ୍ୟାଗୁଡିକର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନା ଦିଆଯାଇଥିଲା ।

ଏହି ବୈଠକ ମାଧ୍ୟମରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଆପସିକ ବିଶ୍ୱାସ ଓ ସମ୍ପର୍କ ଆହୁରି ସୁଦୃଢ଼ ହୋଇଥିବା ପ୍ରକାଶ ପାଇଛି ।

ଆମ ପୋଲିସର ଉଦେଶ୍ୟ ଓ ସଫଳତା ବିଷୟରେ ଲୋକମାନଙ୍କୁ ଜଣାଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଯାଇଥିଲା.

Leave a Reply

Your email address will not be published. Required fields are marked *