ବୁଦ୍ଧ ମୂର୍ତ୍ତି ଭଙ୍ଗା ଓ ଚୋରିକୁ ନେଇ ଉତ୍ତେଜନା

ରାୟଗଡା ଜିଲ୍ଲା ଅନ୍ତର୍ଗତ ପେଣ୍ଟା ପଞ୍ଚାୟତସ୍ଥିତ ତାମ୍ପରଗୁଡା ଗ୍ରାମ ଠାରେ ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆଜି ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଥୁଲା | କିନ୍ତୁ କିଛି ଜଣ ଦୃର୍ବୁତ୍ତ ଉକ୍ତି ବୁଦ୍ଧ ମୂର୍ତ୍ତିକୁ ଯୋଜନା ପୂର୍ବକ ଭାଙ୍ଗି ଦେଇଥିବା ବେଳେ ଏକ ବ୍ରୋଞ୍ଜ ପ୍ରତିମା ଚୋରି କରି ନେଇଯାଇଥିବା ଦେଖ‌ିବାକୁ ମିଳିଛି | ସୂଚନା ପ୍ରକାରେ, ଆଜି ସନ୍ଧ୍ୟା ସମୟରେ ତାମ୍ପରଗୁଡା ଗାଁ ଠାରେ ଏକ ବୁଦ୍ଧ ମୁର୍ତ୍ତି ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଥ୍‌ଲା କିନ୍ତୁ ଅଭିଯୋଗ ପ୍ରକାରେ, ଏଟାଲା ବିଶ୍ବନାଥଙ୍କ ନେତୃତ୍ବରେ ୫ ଜଣରୁ ଉର୍ଦ୍ଧ୍ବ ଅସାମାଜିକ ବ୍ୟକ୍ତିମାନେ ଏକ ଗୋଷ୍ଠୀ ହୋଇ ଅମଲାଭଟା ନିକଟରେ ଥିବା ତାମ୍ପରଗୁଡା ଗ୍ରାମର ପାହାଡ ଶିଖରରେ ରହିଥ‌ିବା ବୁଦ୍ଧ ମୁର୍ତ୍ତି ଭାଙ୍ଗି ଦେଇଥିବା ବ ବେଳେ ସେମାନେ ଏକ ବ୍ରୋଞ୍ଜ ବୁଦ୍ଧ ପ୍ରତିମା ଏବଂ କିଛି ଗୁରୁତ୍ବପୂର୍ଣ୍ଣ ଉପକରଣ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି । ଏହା ଏକ ସୁଚିନ୍ତିତ, ଯୋଜନାବଦ୍ଧ, ହିଂସାତ୍ମକ କାର୍ଯ୍ୟ। ସେହିପରି ଶାନ୍ତି, ବିଶ୍ବାସ ଉପରେ ଏକ ସିଧାସଳଖ ଅକ୍ରଣାତ୍ମକ କାର୍ଯ୍ୟକଳାପ ବୋଲି କୁହାଯାଇଛି । ସେହିପ ଏବଂ ଭଗବାନ ବୁଦ୍ଧଙ୍କ ଶିକ୍ଷା ଉପରେ ଆକ୍ରମଣ । ଡକାୟତି, ଧାର୍ମିକ ଭଙ୍ଗାରୁଜା ଏବଂ ଘୃଣା ଅପରାଧ ଅଭିଯୋଗରେ ରାୟଗଡା ପୋଲିସ ପ୍ରଶାସନ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳିତ ସମାଜ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଭଳି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ବୁଦ୍ଧ ପ୍ରେମୀ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣୀତ ବ୍ୟକ୍ତି ଓ ସଙ୍ଗଠନକୁ ଆଗେଇ ଆସିବାକୁ ଅନୁରୋଧ କରାଯିବା ସହ ମୂର୍ତ୍ତି ଭଙ୍ଗା ଓ ଚୋରିରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଉଚିତ୍ ଦଣ୍ଡ ବିଧାନ କରିବାକୁ ପ୍ରଶାସନ ନିକଟରେ ଦୃଢ଼ ଦାବି କରିବା ସହ ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *