ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି କାର୍ଯ୍ୟକାରୀ ନେଇ ବିଧାୟକଙ୍କୁ ଭେଟିଲେ ସଦର ମୁଖ୍ୟଚିକିତ୍ସାଳୟର ଆଉଟ ସୋର୍ସିଙ୍ଗ କର୍ମଚାରୀ
ଜଗତସିଂହପୁର:୨୨/୦୩: ଆଉଟସୋର୍ସିଙ୍ଗ ଉଛେଦ ଓ ଚାକିରୀରେ ସ୍ଥାୟୀତ୍ୱ ନେଇ ଜଗତସିଂହପୁର ବିଧାୟକଙ୍କୁ ଭେଟିଲେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟର ଆଉଟସୋର୍ସିଙ୍ଗ କର୍ମଚାରୀ ।ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଡ଼ାକରାରେ ଭୁବନେଶ୍ୱର ଲୋୟର ପିଏମଜିରେ ୧୦ଦିନ ଧରି ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ଧାରଣା ଦେଇଥିଲେ । ପରେ ଆଉଟସୋର୍ସିଙ୍ଗ ଉଛେଦ ଓ ଚାକିରର ସ୍ଥାୟୀତ୍ୱ ଦାବିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୁତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଯଥାଶୀଘ୍ର କାର୍ଯ୍ୟକାରୀ ନେଇ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ନେଇ ବିଧାୟକ ଅମରେନ୍ଦ୍ର ଦାସଙ୍କୁ ଭେଟିଛନ୍ତି । ବିଧାୟକ ଅମରେନ୍ଦ୍ର ଦାସ ଏ ସମ୍ପର୍କରେ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥମନ୍ତ୍ରୀଙ୍କୁ ଅବଗତ କରି ଯଥାଶୀଘ୍ର ପଫକ୍ଷେପ ନେବାକୁ ଅନୁରୋଧ କରିବେ ବୋଲି କର୍ମଚାରୀଙ୍କୁ ପ୍ରତିଶୃତି ଦେଇଛନ୍ତି ।
