ଏଲ.ଆଇ.ସି କଲୋନୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ OVEPର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ
ପୁରୀ।୦୩|୦୩ ପୁରୀ ତା୦୩.୦୩.୨୫ ରିଖ ସୋମବାର ଦିନ ପୁରୀ ପୌରାଞ୍ଚଳ ଅନ୍ତର୍ଗତ ଏଲ.ଆଇ.ସି.କଲୋନୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ OVEP ରବାର୍ଷିକୋତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁପମା ମହାପାତ୍ରଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବର ଉଦଘାଟନୀ ସଭାରେ ମୂଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ଟିକିତାରାର ସମ୍ପାଦକ ତଥା ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ବିପିନ ବିହାରୀ ଦଳାଇ ଉପସ୍ଥିତ ହୋଇ, ଶ୍ରୀଯୁକ୍ତ ଦଳାଇ ଅଲମ୍ପିକରେ ନିହିତ ମୂଲ୍ୟବୋଧ ଆଧାରିତ ବକ୍ତବ୍ୟ ରଖିଥିଲେ। ଓଭିଇପିର ଜିଲ୍ଲା ସଂଯୋଜକ ଅଭିଜିତ ମହାନ୍ତି ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମତୀ ଅନୀତା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ପରେପରେ ଖେଳ ଶିକ୍ଷକ ଶରତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।ଉଦଯାପନୀ ସମାରୋହରେ ସମଗ୍ର ଶିକ୍ଷାର ଜିଲ୍ଲା ପେଡାଗୋଜି କୋଅର୍ଡିନେଟର ଶ୍ରୀଯୁକ୍ତ ରମେଶ ବଲ୍ଲଭ ସାହୁ ଯୋଗଦେଇ ବିଭିନ୍ନ ଦିଗରୁ ଶିକ୍ଷା ଓ ସହଶିକ୍ଷାର ଗୁରୁତ୍ଵ ନିଜ ଆଲୋଚନାରେ ରଖିଥିଲେ।ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯକ୍ରମକୁ ଆଲୋକ କୁମାର ପ୍ରଧାନ ସଂଯୋଜନା କରିଥିଲେ ଏବଂ ବରିଷ୍ଠ ଶିକ୍ଷକ ସୁରେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପ୍ରତିଯୋଗିତାରେ କୁଣ୍ଢେଇ ବେଣ୍ଟ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାମଚଣ୍ଡୀ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଓ୍ବାଟର ଓ୍ବାର୍କ୍ସ ରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।ଏଲ.ଆଇ.ସି.କଲୋନୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
