ବିପଦ ରେ ରହିଛି ଶ୍ରମିକଙ୍କ ଜୀବନ, ଲକ୍ଷ୍ମିପଦର ଓଭର୍ ଟ୍ୟାଙ୍କ ମେଗା ପ୍ରୋଜେକ୍ଟ

ବିପଦ ରେ ରହିଛି ଶ୍ରମିକଙ୍କ ଜୀବନ, ଲକ୍ଷ୍ମିପଦର ଓଭର୍ ଟ୍ୟାଙ୍କ ମେଗା ପ୍ରୋଜେକ୍ଟ

ମୁରିବାହାଲ, ଲୋକଙ୍କ ସୁବିଧା ପାଇଁ ସରକାର ଅନେକ ଯୋଜନା କରି ଲୋକଙ୍କୁ ସୁବିଧା ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ଠିକ୍ କିନ୍ତୁ ଠିକାଦାର ହାତରେ କାମକୁ ଦେବା ମାତ୍ରେ ଠିକାଦାର ମାନେ ଭୁଲି ଯାଉଛନ୍ତି ଲୋକଙ୍କୁ ସୁବିଧା ଦେବାର ଅଛି । ଏପରି କି ସରକାରୀ କର୍ମଚାରୀ ମଧ୍ୟ ସଂପୃକ୍ତ ରହି କାମରେ ଅବହେଳା ହେଲେ ମଧ୍ୟ ଚୁପ୍ ରହିଯାଉଛନ୍ତି । ତାଙ୍କର କେବଳ ଗୋଟିଏ ଆଶା ସେହି କାମରୁ କେମିତି ମୋଟା ଅଙ୍କର ଟଙ୍କା ବଞ୍ଚାଇବା ନିଜେ ଲାଭବାନ ହେବେ । କାରଣ ଏପରି ହିଁ ଏକ ପରିସ୍ଥିତି ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମିପଦର ଓ ପୁଡ଼ିସରା ଗ୍ରାମରେ ହେଉଥିବା ମେଗା ପ୍ରୋଜେକ୍ଟ କାମରେ । ଲକ୍ଷ୍ମିପଦର ଓ ପୁଡ଼ିସରା ଠାରେ  ଚାଲିଛି ଜଳ ଯୋଗାଣ ପାଇଁ ଲକ୍ଷ୍ୟାଧିକ ଟଙ୍କାର ମେଗା ପ୍ରୋଜେକ୍ଟ । କିନ୍ତୁ ଠିକାଦାର ଟଙ୍କା ବଞ୍ଚାଇବା ପାଇଁ ସେଠାରେ କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ କୌଣସି ସୁବିଧା କରି ନ ଥିବା ଦେଖିବାକୁ ମିଳିଛି । ପ୍ରାୟ ୩୫ ପୁଟ ଉଚ୍ଚ ରେ ଶ୍ରମିକ ମାନେ ବିନା ସେପ୍ଟିବେଲ୍ଟ ରେ ଜୀବନକୁ ହାତରେ ଧରି କରୁଛନ୍ତି କାମ କିନ୍ତୁ ତାଙ୍କୁ କୌଣସି ପ୍ରକାର ସୁବିଧା ଦେଇ ନାହାନ୍ତି । କେବଳ ଏତିକି ନୁହେଁ ଶ୍ରମିକଙ୍କ ପାଇଁ  ନା ରହିଛି ଗୋଡ଼ପାଇଁ ଖଣ୍ଡିଏ ବୁଟ ନା ଦେଇଛନ୍ତି ମୁଣ୍ଡପାଇଁ ଗୋଟିଏ ସେଫ୍ଟି ଟୋପି ଆଉ ନା ତ ରହିଛି ହାତରେ ଗ୍ଲୋବ । ଏପରିକି ରଶି (ଦଉଡ଼ି) ସାଜିଛି ଲିଫ୍ଟ ମେସିନ୍ । ସମସ୍ତ ମାଲ ମସଲା ଲିଫ୍ଟ କରିବା ପାଇଁ  ରଶି ସାହାଯ୍ୟ ରେ ଟିଣ କୁ ବାନ୍ଧି ତଳେ ଥାଇ ଶ୍ରମିକ ମାନେ ବିନା ସେଫ୍ଟି ରେ ରଶିକୁ ଟାଣି ଲିଫ୍ଟ କରୁଛନ୍ତି ମ୍ୟାଟେରିଆଲ ଗୁଡ଼ାକ । ଯଦି ଏଠାରେ କିଛି ଦୁର୍ଘଟଣା ହୁଏ ତେବେ କିଏ ହେବ ଦାୟୀ ସବୁଠୁ ବଡ଼ ପ୍ରଶ୍ନ । ତାଙ୍କୁ କୌଣସି ସୁବିଧା ଦେଇ ନ ଥିବାବେଳେ ବିଭାଗୀୟ ସରକାରୀ ବାବୁ ମଧ୍ୟ ଉପସ୍ଥିତ ହେଉ ନାହାନ୍ତି କାମ ପାଖରେ ଯାହା ଫଳରେ କାମ ଏମିତି ଅଭାବନୀୟ ଅବସ୍ଥାରେ ହେଉଛି ବୋଲି ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ଏବେ କଥା ଉଠୁଛି ଶ୍ରମିକ ମାନେ ପେଟ ପାଇଁ କାମ କରୁଛନ୍ତି କିନ୍ତୁ ତାଙ୍କ ଜୀବନ କେତେ ସୁରକ୍ଷା ରେ ରହିଛି ? ଶ୍ରମିକ ମାନଙ୍କୁ ସେଫ୍ଟି ସୁରକ୍ଷାରେ କାମ କରାଇବା ପାଇଁ ସରକାର ଟଙ୍କା ଦେଇଥିଲେ ମଧ୍ୟ କାହିଁକି ଅବହେଳା କରାଯାଉଛି ? ଏମିତି ଅନେକ  ପ୍ରଶ୍ନ ର ଉତ୍ତର ଜାଣିବାକୁ ଚାହୁଛନ୍ତି ସାଧାରଣ ଲୋକେ । ଏବେ ଦେଖିବାକୁ ବାକି ରହିଲା ସରକାର କେବେ ଦେବେ ଶ୍ରମିକ ମାନଙ୍କୁ ସଠିକ୍ ସୁରକ୍ଷା, ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକଙ୍କ ଆଶା ରହିଛି ।

Leave a Reply

Your email address will not be published. Required fields are marked *