ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ରେ ନୂତନ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତସମ୍ବର୍ଦ୍ଧନା
ବ୍ରହ୍ମପୁର ସ୍ଥାନୀୟ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲ ରେ ଏକାଦଶ ଶ୍ରେଣୀ ରେ ପ୍ରବେଶ ହୋଇଥିବା ନୂତନ ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ କରାଯାଇଥିଲା ।ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ନିର୍ଦେଶକ *ଇଂ.ଅଶୋକ କୁମାର ପାଳ* ସଭାପତିତ୍ବ କରି ଅନୁଷ୍ଠାନ ସମ୍ପର୍କେ ଆଲୋକପାତ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ରେ ଅକ୍ସଫୋର୍ଡ଼ା ପବ୍ଲିକ ସ୍କୁଲ ର ଭୂମିକା ସମ୍ପର୍କରେ ବକ୍ତବ୍ୟ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ବାର କାଉନସିଲ ସଦସ୍ୟ ଆଡଭୋକେଟ *ସଂଜିତ୍ ପାଣିଗ୍ରାହୀ* ଆଜିର ପରିସ୍ଥିତିରେ ଶିକ୍ଷାର ମୂଲ୍ୟବୋଧ ଓ ଛାତ୍ର ଛାତ୍ରୀ ଙ୍କ ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବାର ଏସୋସିଏସନ୍ ର ସମ୍ପାଦକ ଆଡଭୋକେଟ *ଟି . ଭେଙ୍କଟ ରାଓ* ଯୋଗଦେଇ ଭାରତୀୟ ସଂସ୍କୃତି ଆଧାର ରେ ପରିଚାଳିତ ଓଡ଼ିଶା ର ଏକ ମାତ୍ର ଇଂରେଜୀ ମାଧ୍ୟମ ବିଦ୍ୟାଳୟ ର ଶିକ୍ଷାଦାନ ସଂସ୍କାର ଓ ବ୍ୟବସ୍ଥା ଉପରେ ଭୂୟସୀ ପ୍ରଶଂସା କରିଥିବା ବେଳେ ଆଡଭୋକେଟ **ହୃଷୀକେଶ ପ୍ରଧାନ* ଶିକ୍ଷା ଓ ସଂସ୍କାର ପ୍ରଗତି ରେ ଅକ୍ସଫୋର୍ଡା ପବ୍ଲିକ ସ୍କୁଲ ର ଭୂମିକା ଉପରେ ଆଲୋକପାତ କରିଥିଲେ ।,କାର୍ଯ୍ୟକ୍ରମରେ ଦ୍ଵାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ନିଜ ଅନୁଭୂତି ବଖାଣି ଥିଲେ । ତତ୍ ପରେ ବେଦ ପାଠ ଉଚ୍ଚାରଣ ସହ ପୁଷ୍ପ ଅକ୍ଷତ ଦେଇ ଭବ୍ୟ ସ୍ବାଗତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ କୁ *ପ୍ରମୋଦ କୁମାର ପତି*, *ପ୍ରଶାନ୍ତ ଚନ୍ଦ୍ର ମାଥାନ*,*ରଶ୍ମି ରଂଜନ ସାହୁ*, *ପି.ସରିତା*,*ରଶ୍ମିତା ବିଶ୍ଵାଳ*,*ସାଗରିକା ବରାଡ* ପରିଚାଳନା କରିଥିଲେ ।
