ପାଠ ଠାକୁର

ଗୋଲୋକବିହାରୀ ବେହେରା

ଭୋଦୁଅର ଏଇ କଅଁଳ ସକାଳ
ମହକି ଉଠଇ ଧରଣୀ,
ସୁନେଲୀ ସୂରୁଜ ବିଛେଇ ପଡିଛି
ସୁନ୍ଦର ଦିଶୁଛି ସରଣୀ,
ଏ ବେଳେ,ସରଗୁ ଘେନିଣ ମେଲାଣି
ଆମ ବିଦ୍ୟାଳୟ ଆସିବେ ଗଣେଶ
ଏ ବାରତା ଖେଳି ଗଲାଣି ।
ବରଷକେ ଥରେ ଆସିବେ ଦେବତା
ପୂଜିବୁ ଥରିଏ ମାତର,
ପୂଜା ଥାଳି ଆମେ ସଜାଇ ରଖିଛୁ
ଅତିଥିଙ୍କୁ ଦେଇ ପତର,
ଠାକୁର, ଆମକୁ ଆଶିଷ କରିବେ
ପାଠ ନ ଆସିଲେ କହି କହି ଦେବେ
ଆମରି ଜୁହାର ଘେନିବେ ।
ଆମେ ସବୁ ପିଲା ଭୋଗ ଡାଲା ଭରି
ନଡ଼ିଆ, କଦଳୀ, କାକୁଡ଼ି
ମୁଆଁ, ରାଶିଲଡୁ, ଟଗର ମନ୍ଦାର
କନିଅର ଫୁଲ ସଜାଡ଼ି,
ପୁଷ୍ପାଞ୍ଜଳି ଦେବୁ ହରଷେ
ଭୋଗ ଖାଇ ଆମେ ଘରକୁ ଫେରିବୁ
ଆର ପୂଜା ପାଇଁ
ଚାହିଁ ରହିଥିବୁ ବରଷେ ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ : ୯୯୩୮୩୦୩୦୪୬

Leave a Reply

Your email address will not be published. Required fields are marked *