ନୂତନ ଉପରାଷ୍ଟ୍ରପତିଙ୍କୁ ବାଲୁକାକଳା ମାଧ୍ୟମରେ ସ୍ୱାଗତ ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟନାୟକ
ପୁରୀ ବେଳାଭୂମିରେ ବାଲୁକାକଳାରେ ନୂତନ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା। ଭାରତର ଉପରାଷ୍ଟ୍ରପତି ନିର୍ବାଚନ ଅବସରରେ, ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି କଳାକୃତିରେ ନବନିର୍ବାଚିତ ଉପରାଷ୍ଟ୍ରପତି C P ରାଧାକ୍ରିଷ୍ଣନଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି ସୁଦର୍ଶନ ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଛି। ଏହାସହ ସୁଦର୍ଶନ ବେଳାଭୂମିରେ “ଅଭିନନ୍ଦନ ସି. ପି. ରାଧାକ୍ରିଷ୍ଣନ ବୋଲି ଲେଖି ଶୁଭେଚ୍ଛା ଜଣାଇଛନ୍ତି। ସୁଦର୍ଶନଙ୍କ ବାଲୁକାକଳା ପ୍ରାୟ ୨୦ ଫୁଟ ଲମ୍ବା ଏବଂ ୮ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଛି। ସୁଦର୍ଶନ ତାଙ୍କ ବାଲୁକାକଳା ଜରିଆରେ ଦେଶ ପ୍ରତି ସେବାର ଏହି ନୂତନ ଯାତ୍ରା ଆରମ୍ଭ କରୁଥିବା ଉପରାଷ୍ଟ୍ରପତିଙ୍କୁ ଦେଶର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ସୁଦର୍ଶନ ଏହି ବାଲୁକାକଳାକୁ ଗଢିବାକୁ ପ୍ରାୟ ୧୦ ଟନ୍ ବାଲି ବ୍ୟବହାର କରିଛନ୍ତି।
