ଶ୍ରୀମନ୍ଦିରରେ ପହିଲିଭୋଗ ନୀତି ଆରମ୍ଭ

ଶ୍ରୀମନ୍ଦିରରେ ପହିଲିଭୋଗ ନୀତି ଆରମ୍ଭ, ପବିତ୍ର ଧନୁ ସଂକ୍ରାନ୍ତି। ଏହି ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡ଼ାନ୍ତ ହୋଇଥିବା ନୀତିନିର୍ଘଣ୍ଟ ଅନୁଯାୟୀ ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଅର୍ଥାତ୍ ଆଜିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତିଦିନ ରାତ୍ର ୨ଟା ରୁ ଦ୍ୱାର ଫିଟା ହେବା ସହ ୫ଟା ୩୦ ରୁ ସକାଳ ୬ ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପହିଲିଭୋଗ ଲାଗି ନୀତି ସମ୍ପନ୍ନ ହେବ। ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି। ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁ ମୁଆଁ ଲାଗି ହୋଇଛି। ଗୋପାଳବଲ୍ଲଭ ପରେ ପହିଲିଭୋଗ ନୀତି ସମ୍ପନ୍ନ ହୋଇଥିଲା। ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମାନଙ୍କରେ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ଅଟେ। କଥିତ ଅଛି ଯେ ଆଜିଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଧର୍ମପତ୍ନୀ ମା ମହାଲଷ୍ମୀ ଏକମାସ ଧରି ନିଜ ବାପ ଘରକୁ ଯାଇଥାନ୍ତି। ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିରେ ମାସତମାମ ମା ଯଶୋଦା ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ସୂଯ୍ୟଉଦୟ ପୂର୍ବରୁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ ଖାଇବାକୁ ଦେଇଥାନ୍ତି । ଆଜିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ଯାଏଁ ପହଲିଭୋଗ ପ୍ରସ୍ତୁତ କରାଯିବ । ପହଲି ଭୋଗ ହେଉଛି ମହାପ୍ରଭୁଙ୍କର ଆଦ୍ୟ ଭୋଗ ଯାହା ବଡି ଭୋରୁ କାଉ କା କରିବା ପୂର୍ବରୁ ଲାଗି କରାଯାଏ। ବିରି, ଗହମରେ ପ୍ରସ୍ତୃତ ପ୍ରାୟ 28 ପ୍ରକାର ପିଠାପଣା ଶ୍ରୀଜିଉଙ୍କ ନିକଟରେ ଲାଗି କରାଯାଏ। ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ମଣ୍ଡା, ଆରିସା, କାକରା, ଚଢେଇ ନେଦା ଓ ବଡି ଆଦି ଭୋଗ କରାଯାଇଥାଏ ବୋଲି ପଣ୍ଡିତ ସୂର୍ଯ୍ୟନାରାୟଣ ପ୍ରକାଶ କରିଛନ୍ତି ।l

Leave a Reply

Your email address will not be published. Required fields are marked *