ପହିଲି ରଜ
ପହିଲି ରଜ
ଆଜି ତ ପହିଲି ରଜ
ଆଜି ତ ପହିଲି ରଜ
ସମସ୍ତେ ହୁଅନ୍ତି ଯେ ସଜବାଜ
ସଜନୀ ଲୋ
ପାଳୁଛନ୍ତି ସେତ ରଜ
ସଜନୀ ଲୋ।
ପିଠା ପଣାର ମହକ ପିଠା ପଣାର ର ମହକ
ପୋଡ଼ପିଠା ସଙ୍ଗେ ଆରିସା କାକରା
ବାସୁଅଛି ଘରଜାକ
ସଜନୀ ଲୋ।
କେତେ ପ୍ରକାର ଯେ ଦୋଳି
କେତେ ପ୍ରକାର ଯେ ଦୋଳି
ସାଙ୍ଗ ସାଥି ସଙ୍ଗେ କରନ୍ତି ମେଳି
ସଜନୀ ଲୋ
ଖାଇ ସାଧାପାନ ଯେ ଚକୁଳି
ସଜନୀ ଲୋ।
ପୁର ପଲ୍ଲୀ ମୁଖରିତ ପୁରପଲ୍ଲୀ ମୁଖରିତ
ସମସ୍ତେ ଗାଆନ୍ତି ଯେ ଦୋଳି ଗିତ
ସଜନୀ ଲୋ
ହୋଇ ଅତ୍ୟନ୍ତ ଉଲ୍ଲସିତ
ସଜନୀ ଲୋ।
ପ୍ରକୃତି ରାଣୀ ର ଲୀଳା
ପ୍ରକୃତି ରାଣୀ ର ଲୀଳା
ମେଘୁଆ ପାଗରେ ଲାଗୁଛି ଲୀଳା
ସଜନୀ ଲୋ
ଏତେ ଅଟେ ପରା ସ୍ବର୍ଣ୍ଣ ବେଳା
ସଜନୀ ଲୋ।
ପ୍ରକୃତି ବନ୍ଧୁ ହରିହର ସାହୁ
ରାଜ୍ୟ ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
(ଇଲେଇଜଙ୍ଗ , ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
