କିଛିଦିନ ପୂର୍ବେ ଶାଢୀ ଓ ବ୍ଲାଉଜରେ ତିନିଠାକୁରଙ୍କ ଚିତ୍ର କରାଯାଇ ମହାପ୍ରଭୁଙ୍କୁ ଅପମାନ

କିଛିଦିନ ପୂର୍ବେ ଶାଢୀ ଓ ବ୍ଲାଉଜରେ ତିନିଠାକୁରଙ୍କ ଚିତ୍ର କରାଯାଇ ମହାପ୍ରଭୁଙ୍କୁ ଅପମାନ ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା। ଶାଢୀରେ ମହାପ୍ରଭୁଙ୍କ ଫଟୋ ରଖି କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିଲା ସାୟନ୍ତୀ ଘୋଷ୍ ଡିଜାଇନର ଷ୍ଟୁଡିଓ ନାମକ ଏକ ଆଇଡି। ଏବେ ପୁର୍ନବାର ଗ୍ରାଫିକ୍ସ ସୂତ୍ର ଡଟ୍ କମ୍ ( GRAPHICS SUTRA.COM ) ନାମକ ଏକ ୱବସାଇଟରେ ଡ୍ରେସ୍ ର ତଳଭାଗରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ରହିଥିବା ଦେଖିବାକୁ ମିଳିଛି। ଭଲକରି ଦେଖନ୍ତୁ ଏହି EXCLUSIVE WEBSITE କୁ।

GRAPHICS SUTRA.COM ଲିଙ୍କ୍ ଉପରେ କ୍ଲିକ୍ କଲେ ସମ୍ୱଳିକା ନାମକ ଏକ ପେଜ୍ ରେ ଏଭଳି ଡ୍ରେସରେ ମହାପ୍ରଭୁଙ୍କ ଚିତ୍ର ରହିଥିବା ଦେଖିବାକୁ ମିଳିଛି। ସମ୍ବଲପୁରର G.M UNIVERSITY ପାଖରେ ଥିବା ମୋଦୀପଡାରେ ଏହାର ଏକ ଷ୍ଟୋର୍ ଥିବା ଦେଖିବାକୁ ମିଳିଛି। ଏଠି ପ୍ରଶ୍ନ ଉଠୁଛି,କିଭଳି ସମ୍ବଲପୁରୀ ବସ୍ତ୍ରାଳୟରେ ଆମ ପ୍ରଭୁଙ୍କ ଚିତ୍ର ମୁଦ୍ରିତ କରି ବିକ୍ରୟ କରାଯାଉଛି ?? ଯାହାକୁ ନେଇ ସବୁରି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *