ଓଡ଼ିଆ ପଖାଳ ଓଡ଼ିଆ ପ୍ରାଣ

          ଓଡ଼ିଆ ପଖାଳ ଓଡ଼ିଆ ପ୍ରାଣ
               ( ରାଗ — ଆନନ୍ଦ )

  🔹କବିରତ୍ନ ନୂତନ କୁମାର ବେହେରା

ସୁନାର ଭାରତେ’ ଆମ ପ୍ରଦେଶ’
              ଓଡ଼ିଆ ସଂସ୍କୃତି’ ରଖିଛି ଯଶ’,
ହୁଏନା’ ଭୁଲି’ ତାହାର ସ୍ମୃତି’
       ଜାତି ଇତିହାସ’ ଗାଏ ତା’ ଗୀତି’/୧/

ଓଡ଼ିଆ ସନ୍ତାନ ହୋଇ କୃଷକ
          ଯୋଗାଇ ଆହାର ଦୂରାଏ ଭୋକ,
ଅନ୍ନ ବିହୁନେ ପ୍ରାଣର ହାନୀ
         ଜାଣି ତାର ମର୍ମ କରେ କର୍ମାଣି/୨/

ଭାତ ମୁଢ଼ି ଚୁଡ଼ା ପିଠା ପଖାଳ
               ଖାଇ ରହେ ସଦା ସୁସ୍ଥ ସବଳ,
ଖାଆନ୍ତି ସର୍ବେ ଓଡ଼ିଶା ସାରା
       ତା’ ମଧ୍ୟେ ପଖାଳ ସ୍ଵାଦ ନିଆରା/୩/

ଓଡ଼ିଆ ପଖାଳ ଓଡ଼ିଆ ପ୍ରାଣ
                 ରଖଇ ସବୁରି ମାନ ସମ୍ମାନ,
ମାଆ ଦିଏ ତା’ ହାତେ ପରଷି
         କହିଲେ ସରେନା ମନର ଖୁସି/୪/

ଓଡ଼ିଆ ଜାତିର ରଖିଛି ଟେକ
              ପଖାଳର ଗୁଣ ଝୁରନ୍ତି ଲୋକ,
ପାଳି ଦିବସ ରଖୁ ମହତ
           ବାରତା ତାର ଜାଣେ ଜଗତ/୫/

ଆଧୁନିକ ଯୁଗେ ବଦଳେ ରୁଚି
          କିଏ ଖାଏ କେତେ ଦରବ ବାଛି,
ତା’ ମନ ନେଇ ହୁଅଇ ଖୁସି
          ହାଣ୍ଡିର ପଖାଳ ରୁହଇ ରୁଷି/୬/

ଓଡ଼ିଆ ପଖାଳ ଓଡ଼ିଆ ପ୍ରାଣ
            ବୁଝେ ଯିଏ ଖାଏ ତା’ ପ୍ରତିଦିନ,
କରି ହଜମ ରହେ ଉତ୍ତମ
       କର୍ମକ୍ଳାନ୍ତି ପରେ ନିଏ ବିଶ୍ରାମ/୭/

 ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *