ଚିକିଟି ସମ୍ବାଦ ସାହିତ୍ୟ ଘର ର ପଖାଳ ଦିବସ

ଚିକିଟି, ୨୦/୩( ):ଚିକିଟି ସମ୍ବାଦ ସାହିତ୍ୟ ଘର ତରଫରୁ ପିତାତଳି ପଂଚାୟତ ମାଧବନ୍ଧ ସ୍ଥିତ ଉତ୍କଳମଣି ହାଇସ୍କୁଲ ରେ ପଖାଳ ଦିବସ ପାଳନ ପାଇଁ ପ୍ରସ୍ତୁତି ହୋଇଥିଲା l ସାହିତ୍ୟ ଘର ସଭାପତି ଦୁର୍ଗାମାଧବ ମହାରଣା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏବଂ ଉତ୍କଳମଣି ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପ୍ରମିତା ପାଢ଼ୀଙ୍କର ସହଯୋଗ କ୍ରମେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସାହିତ୍ୟ ଘର ବରିଷ୍ଠ ସଭ୍ୟ କ୍ଷମା ସାଗର ମହାରଣା, ସାହିତ୍ୟ ଘର ପୂର୍ବତନ ସଭାପତି ନିଗମାନନ୍ଦ ପଣ୍ଡା, ଚିକିଟି ଓଡ଼ିଆ ବିଭାଗ ମୁଖ୍ୟ ଡ଼. ସଞ୍ଜୟ କୁମାର ପଣ୍ଡା, ସାହିତ୍ୟ ଘର ଉପ ସଭାପତି ତ୍ରିପତି ପ୍ରଧାନ, କୋଷାଧକ୍ଷ ରମାକାନ୍ତ ବେହେରା ଉପସ୍ଥିତି ରେ ପଖାଳ ସମ୍ପର୍କ ରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା l ପରେ ଏଵିଇଓ ତ୍ରିନାଥ ମଳିକ, ନାୟକ ସେଠି,ଶିକ୍ଷୟିତ୍ରୀ ସୁମିତ୍ରା ପାଣିଗ୍ରାହୀ, ସିଏଚ. ସସ୍ମିତା କୁମାରୀ ପାତ୍ର, ଜି. କ୍ରିଷ୍ଣାବେଣୀ,ଶିବ ପ୍ରସାଦ ଗୌଡ଼, ଅଭୁମନ୍ୟୁ ପ୍ରଧାନ, ସୁଧାଂଶୁ କୁମାର ରାଉତ, ରାମକ୍ରୀଷ୍ଣା ନାୟକ, ବିନୟ କୁମାର ରାଉତ, ଵି. ଜଗନ୍ନାଥ ରେଡି , ସୂର୍ଯ୍ୟ ନାରାୟଣ ଦାସ ପ୍ରମୁଖ ଶିକ୍ଷକ ଉପସ୍ଥିତି ରେ ପଖାଳ ଦିବସ ପାଳନ ର ମହତ୍ୱ ସମ୍ପର୍କ ରେ ବିସ୍ତୃତ ଆଲୋଚନା ହୋଇଥିଲା l ଦହି ପଖାଳ ସାଙ୍ଗକୁ ମାଛ ଭଜା, ଶାଗ ଭଜା, ବଡିଚୁରା, ପାମ୍ପଡ଼, ଲେମ୍ଭୁଲୁଣ କାକୁଡି ଲଙ୍କା, ଆଳୁ ଭର୍ତ୍ତା, ସାଲାଡ଼ ଭୋଜନ ରେ ସମସ୍ତେ ମଜା ଅନୁଭବ କରିଥିଲେ l ସାହିତ୍ୟ ଘର ସଂଯୋଜକ ବିଭୁଧେନ୍ଦ୍ର ପାଢ଼ୀ ଏବଂ ସମାଜସେବୀ ସଂଗ୍ରାମ କେଶରୀ, ପ୍ରଭାତ ମହାରଣା ଙ୍କ ସଂଯୋଜନା ଏବଂ ସହଯୋଗ ରେ ମାର୍ଚ୍ଚ ୨୦ ପଖାଳ ଦିବସ ଅତି ଉତ୍ସlହ, ଉଦ୍ଧିପନା ରେ ପାଳନ ହୋଇଥିଲା l

Leave a Reply

Your email address will not be published. Required fields are marked *