ପଖାଳ ଆମ ଜୀବନ

ପଖାଳ ଆମ ଜୀବନ
ଗାଆଁରେ ବଢିଛୁ ଗାଆଁରେ ରହିଛୁ
ପଖାଳ ଆମର ଜୀବନ
ପଖାଳ ତୋରାଣି ପିଉଥିଲୁ ବୋଲି
ରହିଅଛି ଆମ ପରାଣ ।
ହୁଏ ବିଲ ଚାଷ ଥାଏ ଚାଳ ବାସ
ଘର ଆଗେ ଥିଲା ଗୁହାଳ
ବିଲମାଳେ ଧାନ କେଣ୍ଡା ହସୁଥିଲେ
ଦିଶୁଥିଲା ଚାରୁ ବାହାଳ ।
ଧାନ କାଟି ଆଣି ବେଙ୍ଗଳା କରାଇ
ବାରିରେ ଗଦାଉ ପୁଆଳ
କାଠ ଚୁଲି ଧାନ ବସା ହେଉଥିଲା
ଢିଙ୍କି କୁଟା ଥିଲା ଚାଉଳ I
ସେ ଚାଉଳ ରନ୍ଧା ପଖାଳଟି ଆମେ
ଖାଉଥିଲୁ ହେଲେ ସକାଳ
ବାଇଗଣ ପୋଡା ଲଙ୍କା ପିଆଜ ରେ
ଭାରି ସୁଆଦିଆ ତା’ ଝୋଳ ।
କଂସାଏ ପଖାଳ  ସଙ୍ଗେ ଖଟା ଝୋଳ
ଯେବେ ତିନି ବେଳା ମିଳଇ
ତାଠାରୁ ଆନନ୍ଦ ଆଉ କିଛି ନାହିଁ
ସତେ ଦୁଃଖ ଯାଏ ପଳେଇ ।
ପରିବାର ମିଶି ହୋଇ ଖୁସି ବାସି
ଖାଉଥିଲୁ ବସି ଏକାଠି
ଏବେ ପଖାଳରେ ମନ ନାହିଁ କା’ର
ତୁଛା ହୋ ହାଲା ସବୁଠି । ‘
ଏବେ ଭାଇ ଭାଇ ସମ୍ପର୍କ ରଖୁନି
ସେ କଥାକୁ ଭୁଲି ଗଲାଣି
ନାହିଁ ସେ ପଖାଳ ଖାଉ ଜଳପାନ
ଏକା ବରା ସହ ଘୁଘୁନି
ଫେରିଆସ ଭାଇ ପଖାଳ କଂସାକୁ
ଖାଲି ଦିବସ ଯେ ପାଳନି
ମନେ ପକା ଆମ କାହାଣୀ |


ଦୀନବନ୍ଧୁ ପୋଇ
ଗୋରଡ଼ା ପାଳ , କରମୂଳ,
ଢେଙ୍କାନାଳ ଦୂରଭାଷ – ୯୯୩୮୮୦୨୪୧୨

Leave a Reply

Your email address will not be published. Required fields are marked *