ବିଜେଡିରୁ ପାଳସାହି ସରପଞ୍ଚଙ୍କ ଇସ୍ତଫା
ଭଦ୍ରକ : ବେତାଳିଗାଁ, ଧୂଷୁରୀଅଞ୍ଚଳର ପରିଚିତ ସାମାଜିକ କର୍ମୀ ଓ ପାଳସାହିର ବର୍ତ୍ତମାନ ସରପଞ୍ଚ ଅଜୟ ମଳିକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା କହିଛନ୍ତି । ଇସ୍ତଫା ପାଳସାହି ପଞ୍ଚାୟତରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି । ସମ୍ଭବତଃ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନୂଆ ପରିବର୍ତ୍ତନ ଆସିପାରେ ବୋଲି ଅଞ୍ଚଳବାସୀ ଅନୁମାନ କରୁଛନ୍ତି। ପୂର୍ବତନ ସରପଞ୍ଚ ସୁଶାନ୍ତ ନାୟକ ମଧ୍ୟ କହିଛନ୍ତି ବିଜେଡି ଦଳ ଅଣଦେଖା ଅଭିଯୋଗ ଆଣିଥିଲେ।
