ପଞ୍ଚସଖା ଙ୍କ ସମାଧି ସ୍ଥଳରେ ମାଲ୍ୟାର୍ପଣ କଲେ ଜିଲ୍ଲାପାଳ
ପଞ୍ଚସଖା ଙ୍କ ସମାଧି ସ୍ଥଳରେ ମାଲ୍ୟାର୍ପଣ କଲେ ଜିଲ୍ଲାପାଳ
ପୁରୀ ୯/୧୦ ଆଜି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ଅବସରରେ
ସତ୍ୟବାଦୀ ବକୁଳବନ ସ୍ଥିତ ପଞ୍ଚସଖା ଙ୍କ ସମାଧି ସ୍ଥଳରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପରେ ବକୁଳବନ ରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ମାଲ୍ୟାର୍ପଣ କରିଥିଲେ।ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଭାଷା ର ସୁରକ୍ଷା ଓ ସ୍ବାଧୀନତା ଆନ୍ଦୋଳନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଭୂମିକା ଅବର୍ଣ୍ଣନୀୟ।ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ଅତୁଳନୀୟ।ଉତ୍କଳମଣିଙ୍କ ଜୀବନୀ ଓ ଆଦର୍ଶ ପିଢ଼ି ପରେ ପିଢ଼ି ଆମକୁ ପ୍ରେରଣା ଦେଉଥିବ ବୋଲି ଜିଲ୍ଲାପାଳ କହିଥିଲେ।
