ପଞ୍ଚକ.କାର୍ତ୍ତିକପୂର୍ଣ୍ଣିମା ଓ ବୁଦ୍ଧ ଦର୍ଶନ ଆଲୋଚନା ଚକ୍ର ବୋଧିଚକ୍ର

ପୁରୀ ଆନୁକୂଲ୍ୟରେ ବୁଦ୍ଧମନ୍ଦିରରେ ପଞ୍ଚକବ୍ରତ, କାର୍ତ୍ତିକପୂର୍ଣ୍ଣିମା ଓ ବୁଦ୍ଧ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି l ବୋଧିଚକ୍ର ର ସଭାପତି ଇଂଜିନିୟର ଗିରିଜା ଶଙ୍କର ପାଢ଼ୀଏଥିରେ ଅଧ୍ୟକ୍ଷତା କରିଥିଲେ l ଉପସଭାପତି ଅଧ୍ୟାପକ ଡ଼. ବଳରାମ, ଅରୁଣ କୁମାର ମହାନ୍ତି, ଅଧ୍ୟlପକ ବିଭୁତି ଭୂଷଣ କର, ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ, ଦେବରାଜ ପ୍ରଧାନ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ରାଣୀ ଆଚାର୍ଯ୍ୟ,ସୌମ୍ୟlଶ୍ରୀ ଦାଶ, ଅଶୋକ କୁମାର ଅlଢିୟ, ସନ୍ତୋଷ କୁମାର ମହାନ୍ତି, ବୀରେନ୍ଦ୍ର କୁମାର ମହାନ୍ତି,ବିଚିତ୍ର ରଞ୍ଜନ ମହାପାତ୍ର ଓ ଜ୍ୟୋସ୍ନା ନାୟକ ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି କହିଲେ, କାର୍ତ୍ତିକ ମାସରେ ରାଧା ଦାମୋଦର ଓ ଲଷ୍ମୀନାରାୟଣ ପଞ୍ଚକ ବ୍ରତ ଶ୍ରେଷ୍ଠ ବ୍ରତ l ବ୍ରତାଚାରୀମାନେ ଶୁଦ୍ଧପୁତ ଭାବରେ ହବିଷାନ୍ନ କିମ୍ବା ମହାପ୍ରସାଦ ସେବନକରି ରାଧାକୃଷ୍ଣତଥା ଜଗନ୍ନାଥ ଲଷ୍ମୀନାରାୟଣଙ୍କୁ ଉପାସନାକରି ବ୍ରହ୍ମଣଙ୍କୁ ଅନ୍ନବସ୍ତ୍ରଦାନ କରି ଧର୍ମ ଅର୍ଜନ କରିଥାନ୍ତି l ଅlଶ୍ବିନଶୁକ୍ଳ ଦଶମୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରାଧାଦାମୋଦର ବ୍ରତ ଓ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକବତ୍ର ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ମହୋଦଧି ,( ପଞ୍ଚ ତୀର୍ଥରେ) ବ୍ରlହ୍ମଣଙ୍କୁ ଛଞ୍ଚା,ବସ୍ତ୍ର ଓ ଦକ୍ଷିଣା ଦେଇ ଆ,କl ମା, ବୈ, ପାନ ଗୁଆ ଥୋଇ, ମାସକ ଧରମ ଆମର ଆଉ ସବୁ ତୁମର କହି ପୁଣ୍ୟ ଅର୍ଜନ କରିଥାନ୍ତି l ଗୌତମ ବୁଦ୍ଧଙ୍କର ଦର୍ଶନଙ୍କୁ ମାନି ସଂସାରର କାମନାରୁ ଦୁରେଇ ରହି ତ୍ୟାଗ,ସମ୍ୟକ ଭୋଜନ,ଭଜନ,କୀର୍ତ୍ତନ ଧ୍ୟ୍ୟlନ, ସଂଯମତା,ପୁରାଣ ପଠନ ଓ ସର୍ବୋପରି ଭଗବାନଙ୍କୁ ଦର୍ଶନ କରି ଧନ୍ୟ ହେବା ସହ ପୁଣ୍ୟ ଅର୍ଜନ କରି ମୁକ୍ତି ପାଇ ବଗଵlନଙ୍କ ସହ ଲୀନ ହୋଇଥାନ୍ତି l ସମ୍ପାଦକ ରମାବଲ୍ଲଭ ମହାପାତ୍ର ଧନ୍ୟବାଦ ଅର୍ପଣ କରଥିଲେ l ଉମେଶ ଚନ୍ଦ୍ରଦାସ ବୁଦ୍ଧ ବନ୍ଦନା ଗାନ କରିଥିଲେ l

Leave a Reply

Your email address will not be published. Required fields are marked *