ପଞ୍ଚାୟତ ବ୍ଲକ୍ ଦୌଡ଼ି ଦୌଡ଼ି ନିରାଶ
ପଞ୍ଚାୟତ ବ୍ଲକ୍ ଦୌଡ଼ି ଦୌଡ଼ି ନିରାଶ
ଝାଟିମାଟି ଘରେ ବିତୁଛି ଜୀବନ। ରଘୁନାଥପୁର:-୪/୮()ରାଜ୍ୟ ତଥା କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ଯୋଜନାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି କଡ଼ା ନଜର ରଖିଥିବାବେଳେ ରଘୁନାଥପୁର ବ୍ଲକ ଧରାଧରପୁର ପଞ୍ଚାୟତ କୋଟକଣା ଗ୍ରାମ ୱାର୍ଡ ନଂ ୮ ର ମଧୁସ୍ମିତା ବାରିକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି।ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ବହୁବାର ବ୍ଲକରେ ଦରଖାସ୍ତ ଦେଇ ନେହୁରା ହୋଇଥିଲେ ସୁଧା ପକ୍କାଗୃହଟିଏ ତାଙ୍କ ପାଖରେ ଅପହଞ୍ଚ ହୋଇଛି।ଅନ୍ୟପକ୍ଷେ କିଛି ସ୍ୱଚ୍ଛଳ ବର୍ଗର ଲୋକେ ଚତୁରତାର ସହ ପକ୍କାଗୃହ ହାତେଇ ନେଇଥିବାର ଦେଖାଯାଇଛି। ମଧୁସ୍ମିତାଙ୍କ ସ୍ଵାମୀ ନିରଞ୍ଜନ ବାରିକଙ୍କ ଆର୍ଥିକ ସ୍ଥିତି ଭଲ ନଥିବାବେଳେ ବହୁ ଦୁଃଖକଷ୍ଟରେ ୮ ବର୍ଷର ପୁଅକୁ ନେଇ ଏକ ଚାଳ ଛପର ଝୁପୁଡି ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଜୀବନରେ କୋଠାଘର ଖଣ୍ଡେ ତୋଳିବା ତାଙ୍କ ପାଇଁ ସ୍ବପ୍ନ ହୋଇଯାଇଛି।ସରକାରୀ ଆବାସ ଯୋଜନାରେ ପକ୍କାଘରଟିଏ ଯୋଗାଇଦେବା ପାଇଁ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।ଏ ସମ୍ପର୍କରେ ବିଡିଓ ବିରଞ୍ଚି ନାରାୟଣ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା।ଯୋଗ୍ୟ ହିତାଧିକାରୀ ରହୁଥିବା ବାସସ୍ଥାନ ଫଟୋ ଉଠାହୋଇଛି।ଏହାଛଡା ତିନିଜଣିଆ ଟିମ ତଦନ୍ତ କରି ରିପୋର୍ଟ ଦେବାପରେ ସେମାନଙ୍କୁ ଘର ଦିଆଯିବ ବୋଲି ବିଡିଓ ବେହେରା ପ୍ରକାଶ କରିଛନ୍ତି।ଏହିଭଳି ପଞ୍ଚାୟତରେ ରହିଯାଇଥିବା ଅନେକ ଯୋଗ୍ୟ ହିତାଧିକାରୀ ପାକ୍କାଗୃହ ପାଇବାରୁ ବଞ୍ଚିତ ହୋଇଛନ୍ତି।ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ଯଥାଶୀଘ୍ର ଘର ଯୋଗାଇଦେବାକୁ ସ୍ଥାନୀୟ ସରପଞ୍ଚ ନଳିନୀପ୍ରଭା ମୁଦୁଲି ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି।
