ଅଳ୍ପ ବର୍ଷା ରେ ବେହାଲ୍ ପଞ୍ଚାୟତ ଗୃହ।
ରଘୁନାଥପୁର -ତା ୫.୯.୨୫=- ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ୧୯୫୬ ମସିହା ରୁ ଆରମ୍ଭ ହେଇଥିଲା। ଏହି ପଞ୍ଚାୟତଟି ୨୩ଟିଓ୍ୱାର୍ଡ ଓ ଚାରୋଟି ରାଜସ୍ବ ଗ୍ରାମକୁ ନେଇ ଗଠିତ। ମାତ୍ର ଦୁଃଖ ଓ ପରିତାପର ବିଷୟ ଏହି କି ଯେ ଅଳ୍ପ ବର୍ଷା ହେଲେ ଏହି ପଞ୍ଚାୟତ ଗୃହ ର ଛାତ ରୁ ପାଣି ବୋହି କାନ୍ଥ ଓ ଚଟାଣ ଉପରେ ପାଣି ର ଲହଡ଼ା ମାରେ ଯାହା ଫଳ ରେ ଏଠାରେ ବସି କାର୍ଯ୍ୟ କରିବା ସୁରକ୍ଷିତ ନୁହେଁ। ଏଠାରେ ସୁଚନା ଥାଉ କି ଏହି ପଞ୍ଚାୟତ ଟି ରଘୁନାଥପୁର ବ୍ଲକ ପରିଶର ରେ ଅବସ୍ଥିତ । ଆଉ ମଧ୍ଯ ଜଗନ୍ନାଥପୁର ପଞ୍ଚାୟତ ର ସରପଞ୍ଚ ଜଗବନ୍ଧୁ ମଲ୍ଲିକ କହିଛନ୍ତି ଯେ ନୂତନ ଗୃହ ନିର୍ମାଣ ନିମନ୍ତେ ସେ ତୃତୀୟ ପଞ୍ଚାୟତ ସମିତି ବୈଠକରେ ଲିଖିତ ବିବରଣୀ ରଖିବା ସହ ବର୍ତ୍ତମାନ ର ଓ୍ୱାର୍ଡ ସଭ୍ୟ ଏବଂ ସମିତି ସଭ୍ୟଙ୍କର ଦସ୍ତଖତ ସମ୍ବଳିତ ଲେଖା କୁ ଉପସ୍ଥାପନ କରିଥିଲେ ସୁଦ୍ଧା ଏ ଯାବତ୍ କୋୖଣସି ପଦକ୍ଷେପ ନିଆଯାଇନାହିଁ। ଯାହାଫଳରେ ଏଠାରେ ବସି କୋୖଣସି ସରକାରୀ କାର୍ଯ୍ୟ କରିବା ଓ ସଭା ସମିତି ବୈଠକ ହେବା ପାଇଁ ସୁରକ୍ଷିତ ନୁହେଁ ବୋଲି ପଞ୍ଚାୟତ ବାସି ମତବ୍ୟକ୍ତ କରିବାସହ ଏଠାରେ ଏକ ନୂତନ ଗୃହ ନିର୍ମାଣ ନିମନ୍ତେ ଦାବି କରିବା ସହ ଯଦି ଏହି ପଞ୍ଚାୟତ ଗୃହ ଟି ଦୈବି ଦୃଘଟଣା ରୁ କିଛି ଅଘଟଣ ହୁଏ ତେବେ ଦାଇ କିଏ ହେବ ବୋଲି ପ୍ରଶ୍ନ କରିଛନ୍ତି?
