ଖଜୁରୀପଡ଼ା ବ୍ଲକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ।
ଫୁଲବାଣୀ:ନୀପ୍ର:–୨୫/୦୨ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ଙ୍କ ଅଧ୍ୟକ୍ତାରେ ଅନୁଷ୍ଠିତ ବୈଠକରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ବିଧାୟକ ଉମା ଚରଣ ମଲିକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷା ସୁ ଶ୍ରୀ ଅନୀମା କହଁର, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବାଶି ଦିଗାଲ,ଶ୍ରୀମତୀ ମମତା ମଲିକ ସହକାରୀ କାର୍ଯ୍ୟନିର୍ବାହୀ ବିଷ୍ଟୁପ୍ରସାଦ ଖାଡ଼ଙ୍ଗା,ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ବୈଠକରେ ପାନୀୟ ଜଳ,ସ୍ବାସ୍ଥ୍ୟ,ବିଦ୍ୟୁତ୍,ଖାଦ୍ୟ ସୁରକ୍ଷା,ସାମାଜିକ ମଙ୍ଗଳ ସୁରକ୍ଷା, ଗମନା ଗମନ,କୃଷି,ମିଶନଶକ୍ତି, ଶିକ୍ଷା ସହିତ ସରକାରଙ୍କ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା। ସମସ୍ତ ବିଭାଗର ଅଧିକାରୀ ନିଜ ନିଜ ବିଭାଗର ଟାର୍ଗେଟ ଓ କାର୍ଯ୍ୟକାରିତା ଉପରେ ଉପସ୍ଥାପନା କରିଥିଲେ।ଅଭିଯୋଗ ପ୍ରକାରେ କାର୍ଯ୍ୟର ଅଗ୍ରଗତି ଓ ଜନ ସାଧାରଣଙ୍କ ଉନ୍ନତିରେ ସେଭଳି ଦୃଷ୍ଟି ଆକର୍ଷଣ ହୋଇ ପାରୁନଥିବା ଅନୁମାନ କରି ବିଧାୟକ ଶ୍ରୀ ମାଲିକ କ୍ଷୋଭ ପ୍ରକାଶ କରି ସଠିକ୍ ଭାବରେ ନୀତିନିୟମ ଅନୁଯାୟୀ କାର୍ଯ୍ୟକାରି ସରକାରଙ୍କ ସମସ୍ତ ଜନ ହିତକର ଯୋଜନାକୁ ସଫଳ ରୂପାୟନ କହିବାକୁ ତାଗିଦ୍ କରିଥିଲେ ଓ କାର୍ଯ୍ୟରେ ଅବହେଳା କଲେ କାହାରିକୁ ଛଡାଯିବ ନାହିଁ ବୋଲି ଚେତାବନୀ ଦେଇଥିଲ। ବିଧାୟକ ନ ଆସିବା ପୂର୍ବରୁ ବୈଠକ ଆରମ୍ଭ କରି ଦେଇଥିବାରୁ ବିଡ଼ିଓ ଓ ଅଧ୍ୟକ୍ଷା ଙ୍କ ଉପରେ ଅଶାନ୍ତି ପ୍ରକାଶ କରିଥିଲେ ସେହିଭଳି ସାଂସଦ ପ୍ରତିନିଧି ଓ ବିଧାୟକ ପ୍ରତିନିଧିଙ୍କୁ ଉକ୍ତ ବୈଠକରେ ବିନା ଅନୁମତିରେ ନ ବସିବାକୁ ଅଧ୍ୟକ୍ଷା ବାରଣ କରିଥିବାରୁ ଏହି କଥାକୁ ନେଇ ସେମାନେ ଦୁଃଖ ପ୍ରକାଶ କରି ଅପମାନିତ ହୋଇ ବିଧାୟକଙ୍କୁ ଜଣାଇ ଥିଲେ ଏଥିରେ ମଧ୍ୟ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ସରପଞ୍ଚ ସମିତିସଭ୍ୟ ମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖା ଯାଇଛି ବୋଲି ବିଧାୟକଙ୍କ ଆଗରେ ପ୍ରକାଶ କରିଥିଲେ। ନିଜର ପଦବୀର ଅଧିକାର ନିଜେ ଜୋର ଜବରଦସ୍ତି ସାବ୍ୟସ୍ଥ କରିବାକୁ ବିଧାୟକ ସମସ୍ତ ପଞ୍ଚାୟତ ରଜ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ସମସ୍ତ ୧୪ ଗୋଟି ପଞ୍ଚାୟତର ସମିତିସଭ୍ୟ ଓ ସାମାଜିକ ସୁରକ୍ଷା ମଙ୍ଗଳ ବିଭାଗର ଅଧିକାରୀ ମନୋଜ କୁମାର ସାହୁ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ସନୋମ ବେହେରା,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାଜେଶ୍ କୁମାର ମୁର୍ମୁ, ପି ସନ୍ତୋଷ କୁମାର ପାତ୍ର,ସି.ଡି.ପି.ଓ କ୍ରୀଷ୍ଣା ବେହେରା,ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସୁଚିତ୍ର କୁମାର ବିଶୋଇ, ସହକାରୀ ଯନ୍ତ୍ରୀ ଅନିଲ ସାହୁ,କନିଷ୍ଠ ଯନ୍ତ୍ରୀ ସ୍ନେହଲତା ପାତ୍ର, ଜଳ ପରିମଳ ବିଭାଗ ସହକାରୀ ତୀର୍ଥବାସି ପ୍ରଧାନ ସମେତ ସମସ୍ତ ବିଭାଗର ଅଧିକାରୀ ସହକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
