ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ବାସୁଦେବପୁର ରେ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷ ରୁ ଆୟୋଜିତ ସଚେତନତା ଶିବିର ର ପୌର ପରିଷଦ ଓବିଭିନ୍ନ ପଞ୍ଚାୟତ ରେ ଅନୁଷ୍ଟିତ ହୋଇ ଯାଇଛି। ବାସୁଦେବପୁର ପଞ୍ଚାୟତ ସମିତି ଅଧୀନ ରେ ହେଉଥିବା ବିଭିନ୍ନ ପଞ୍ଚାୟତ ରେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଯୋଗ ଦେଉଛନ୍ତି। ଏହି କ୍ରମ ରେ ଶୁକ୍ରବାର ଆର୍ତୁଂ, ଜଗନ୍ନାଥପୁର, ପଢୁଆଁ,ଭଳି ପଞ୍ଚାୟତ ରେ ଅନୁଷ୍ଟିତ ହୋଇ ଯାଇଛି। ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଉପସ୍ଥିତ ରହି ଉଦ୍ ଘାଟନ କରିଥିଲେ। ଏହି ଅବସର ରେ ଜନ ସାଧାରଣ ଙ୍କ ସହ ଏସ ଏସ ଜି ସଦସ୍ୟ ମାନେ ଉପସ୍ଥିତ ରହି ସଫଳ କରାଉଛନ୍ତି। ସମସ୍ତ ସ୍ଥାନ ରେ ଭିତି ଭୂମିର ବିକାଶ ସହ ଅନ୍ୟ ବିଷୟ ମାନଙ୍କ ରେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଆଲୋଚନା ରଖିବା ସହ ନବୀନ ପଟ୍ଟନାୟକ ସରକାର ଙ୍କ ସଫଳ ଯୋଜନା, ଲୋକାଭିମୁଖୀ ଯୋଜନା ଉପରେ ଆଲୋଚନା ରଖୁଛନ୍ତି। ମିଥ୍ୟା ପ୍ରଚାର ପ୍ରସାର ନେଇ ଅଭିଯୋଗ ଆଣିଛନ୍ତି ୱାର୍ଡ ମେମ୍ବର ଓ ତାଙ୍କ ସ୍ତ୍ରୀ।ଆଜି ଶୁକ୍ରବାର ରେ ପ୍ରଥମେ ଆର୍ତ୍ତୁଙ୍ଗ ପଞ୍ଚାୟତ ରେ ବିଧାୟକ କାର୍ଯ୍ୟ କର୍ମ ସାରି ମଞ୍ଚ ରୁ ଯାଇ ସାରିବା ପରେ ୱାର୍ଡ ମେମ୍ବରଗୌରାଙ୍ଗ ବେହେରା ନିଜର ଓ ନିଜ ସ୍ତ୍ରୀ ଉର୍ମିଳା ବେହେରା ର ମିଥ୍ୟା ପ୍ରଚାର ର ଫଟୋ ରଖି ପୁସ୍ତିକା ବାଣ୍ଟି ଥିବା ନେଇ ବିଜେଡ଼ି ନେତା ଗୌତମ ସେଠୀ ଙ୍କୁ ପଚାରି ଥିଲେ, ଏହାକୁ ନେଇ ପୂର୍ବତନ ସରପଞ୍ଚ ସାଗରିକ ସେଠୀ ଓ ୱାର୍ଡ ମେମ୍ବର ଗୌରାଙ୍ଗ ବେହେରା ଙ୍କ ମଧ୍ୟ ରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ମାଡ ମରାମରି ହୋଇଥିଲା ବୋଲି ଗୌରାଙ୍ଗ ବେହେରା କହିଛନ୍ତି।ବିଜୁ ସ୍ବାସ୍ଥ୍ୟ କାର୍ଡ ସେବା ନାମ ରେ ଓ ଚାଷ ସହାୟତା ପ୍ରଦାନ ର ମିଥ୍ୟା ପ୍ରଚାର ପ୍ରସାର ଅଭିଯୋଗ କରିଛନ୍ତି ଉଭୟ ସ୍ବାମୀ ଓ ସ୍ତ୍ରୀ। ଅନ୍ୟ ପକ୍ଷ ରେ କୌଣସି ସରକାରୀ ଅଧିକାରୀ ଙ୍କ ସହ ଯୋଗାଯୋଗ ହୋଇ ପାରି ନାହିଁ କି ମତାମତ ମିଳି ପାରି ନାହିଁ।

Leave a Reply

Your email address will not be published. Required fields are marked *