ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟ ଶିବିର

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟ ଶିବିର!ଧର୍ମଶାଳା–ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କ୍ଷେତ୍ରପାଳ ଓ କଣ୍ଟିଗଡିଆ ଦୁଇ ପଞ୍ଚାୟତ ବାସୀଙ୍କ ପାଇଁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଦ୍ଵାରା ଆୟୋଜନ ପଞ୍ଚାୟତ ସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧିଛକ ପ୍ରକଳ୍ପ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି,ଏହି ସ୍ୱାସ୍ଥ ଶିବିର କୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମା ସମାଜସେବୀ ମିନତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ସୁଚିଶ୍ମିତା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ,ତାଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ଯୁବ ସଂଗଠକ ରାଜେଶ୍ ପାଲ,ଧର୍ମଶାଳା ବ୍ଲକ ଉପାଦକ୍ଷା ବିଶ୍ୱବିଜୟନି ମିଶ୍ର,୧୩ ନଂ ଜୋନ ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ,୧୨ ନଂ ମଣ୍ଡଳ ସଭାପତି ଶ୍ରୀବତ୍ସ ଧିର,କ୍ଷେତ୍ରପାଳ ପଞ୍ଚାୟତ ପ୍ରଭାରୀ ରବୀନ୍ଦ୍ର ବରାଳ,ସହ ପ୍ରଭାରୀ ଅନିଲ କୁମାର ରାଉତ,କ୍ଷେତ୍ରପାଳ ସରପଞ୍ଚ ଫକିର ନାରାୟଣ ମିଶ୍ର,କ୍ଷେତ୍ରପାଳ ପଞ୍ଚାୟତ ବିଜେପି ସଭାପତି ସତ୍ୟାନନ୍ଦ ଖଣ୍ଡାଇ,ପୂର୍ବତନ ୧୩ ନଂ ଜୋନ ଜିଲ୍ଲା ପରିଶୋଧ ଅଲେଖ ସେଠୀ, କଣ୍ଟିଗାଡିଆ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ସମିତିସଭ୍ୟ ଆରୂପାନନ୍ଦ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖାଯାଇଥିଲା,ଏହି ସ୍ବାସ୍ଥ୍ୟ ଶିବିର କୁ ହାଇଟେକ୍ ମେଡିକାଲ କଲେଜର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ୧ ହଜାର ରୁ ଅଧିକ ଲୋକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଅଂଶୁମାନ ଟ୍ରଷ୍ଟ ତରଫରୁ ସମସ୍ତ ଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା,ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍ୱାସ୍ଥ୍ୟ ଶିବିର ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଫ୍ରେବୁୟାରି ୩ ତାରିଖ ପର୍ଯ୍ୟନ୍ତ ଧର୍ମଶାଳା ନିର୍ବାଚନମଣ୍ଡଳୀର ସମସ୍ତ ୫୪ ଗୋଟି ପଞ୍ଚାୟତରେ ଅନୁଷ୍ଠିତ ହେବ,

Leave a Reply

Your email address will not be published. Required fields are marked *