ପଞ୍ଚାୟତ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ
ଏରସମା : ଏରସମା ବ୍ଳକ ଅନ୍ତର୍ଗତ ବାମଦେଇପୁର ଗ୍ରାମ ପଞ୍ଚାୟତରେ ଅଧିନରେ ଥିବା ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟକମାନଙ୍କୁ ନେଇ କଙ୍କରଦିଆ ଅଙ୍ଗନୱ।ଡି କେନ୍ଦ୍ର (୨)ର ଅଙ୍ଗନଞ୍ବାଡୀ କର୍ମୀ ଜ୍ୟୋସ୍ନାମୟୀ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବାମଦେଇପୁର ପଞ୍ଚାୟତ ସମିତି ସଭ୍ୟ ବିକ୍ରମ ମହାପାତ୍ର,ସମ୍ମାନିତ ଅତିଥି ଭାବେ ଯାଞ୍ଚ କମିଟିର ସଭାପତି ଶିବ ଚରଣ ନାୟକ,ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଧିର ସାମନ୍ତରାୟ ଉପସ୍ଥିତ ରହି ଗର୍ଭବତୀ ମହିଳାମାନେ କିପରି ରକ୍ତହିନତାର ଶିକାର ନହେବେ ସେମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଓ ସବୁଜ ପନିପରିବା ଖାଇବା ଦ୍ୱାରା ଗର୍ଭବତୀ ମହିଳାମାନଙ୍କ ପେଟରେ ବଢୁଥିବା ଶୁଶୁ ବିକାଶ ହେବା ସହିତ ଭବିଷ୍ୟତରେ କୁ ପେଷଣର ଶିକାର ନହେବେ ସେଥିପ୍ରତି ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ କୁ ବୁଝାଯାଇଥିଲା ଏହି କାର୍ଯ୍ୟକ୍ରମରେ ବାମଦେଇପୁର ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟକ ଉପସ୍ଥିତ ରହି ଆଭା ଆଇଡି ଓ ଆପାର ଆଇଡି ମାଧ୍ୟମରେ ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ବନ୍ଧୀୟ ଆଇଡି ଯାହା ମା,ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ବିକାଶ ଦିଗରେ ସହାୟକ ହେବ ବେଲି ଦିଦି ମାନେ ମା,ମାନଙ୍କୁ ବୁଝାଇଥିଲେ।ମା,ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଘରତିଆରି ପିଠା ପଣା ସହିତ ସବୁଜ ପନିପରିବା ଅଣ୍ଡା ଶାଗ ଆଦି ସୁସଜ୍ଜିତ କରିଥିଲେ। କାର୍ଯ୍ୟକ୍ରମ ଭାଗ ନେଇଥିବା ୫୦ରୁ ଉର୍ଦ୍ଧ୍ବ ମାନେ ଯୋଗ ଦେଇଥିଲେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରିଥିବା ମା ମାନଙ୍କୁ ପୁରଷ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମା,ମାନଙ୍କ ମଧ୍ୟରେ ଶିଶୁମାନଙ୍କ ବିକାଶ ସମ୍ବନ୍ଧରେ ବ୍ୟକ୍ତୁତା ଦେଇ ମନୋଷୀନ ବେଉରା ପ୍ରଥମ ସ୍ଥାନ ହେଇଥିବା ବେଳେ,ଅମ୍ବିକା ପରିଡ଼ା,ସିଲୋନ ପରିଡ଼ା ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର ହେଇ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ ହେଇଥିଲେ।
