କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ତରଫରୁ ପଞ୍ଚାୟତ ମନିଟରିଙ୍ଗ କାର୍ଯ୍ୟକ୍ରମ

ଗଣିଆ (ଜ୍ଞାନୀ ପ୍ରକାଶ ସେନାପତି) କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ତରଫରୁ ଗଣିଆ ବ୍ଳକର ୩ଟି ପଞ୍ଚାୟତ ମନିଟରି° କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟରୁ ଆସିଥିବା ଟିମ୍ ପ୍ରଥମେ ଆଡକଟା,କରଡାପଡା ଏବଂ ଗଣିଆ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ତରଫରୁ ବିଭିନ୍ନ ବିଭାଗକୁ ଆସୁଥିବା କାର୍ଯ୍ୟ ସମ୍ପର୍କରେ ସେମାନେ ତଦାରଖ କରିଥିଲେ । କାଗଜପତ୍ର ଯାଞ୍ଚ କରିବା ସହିତ ପଞ୍ଚାୟତର ଜନସାଧାରଣଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ । ସାମାଜିକ ସୁରକ୍ଷା ବିଭାଗ,ମିଶନ ଶକ୍ତି, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କେନ୍ଦ୍ରରୁ ଆସୁଥିବା ଅର୍ଥ କିଭଳି ବିନିଯୋଗ ହୋଇପାରିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଜୟନ୍ତ କୁମାର ଚକ୍ରବର୍ତ୍ତୀ, ମନୋରଞ୍ଜନ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ବିଡ଼ିଓ ରତନଲାଳ ଲୋହରା,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ,ମିଶନ ଶକ୍ତି ସଂଯୋଜକ ଅମ୍ବିକା ମିଶ୍ର, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *