ଜଙ୍ଗଲ ଆଇନି ଅଧିକାର ଉଲ୍ଲଘନ ଗ୍ରାମସଭାରେ ଗର୍ଜିଲେ ପଞ୍ଚାୟତ ବାସୀ
ଏରସମା ୧୧/୧୦ ଏରସମା ବ୍ଲକ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଢ଼ିଙ୍କିଆ ପଞ୍ଚାୟତ ଢ଼ିଙ୍କିଆ ଚାରିଦେଶ ପଞ୍ଚାୟତ ବାସୀଙ୍କ ତରଫରୁ ଆଜି ସରପଞ୍ଚ ପିଙ୍କି ଦାସଙ୍କ ଅଧ୍ୟକ୍ଷତାରେ ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବହୁ ଦୀନ ପରେ ଏକ ଗ୍ରାମସଭା ଅନୁଷ୍ଠିତ ହେଇଯାଇଛି।ଏହି ସଭାରେ ୨୦୦୬ ଧାରାରେ ୪ (୧),(୩),(୫)ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରି କରିବା ଓ ବେଆଇନ ଭାବେ ବିନା ଗ୍ରାମ ସଭାରେ ରାଜ୍ୟ ସରକାର ଜେଏସଡବ୍ଲୁ କମ୍ପାନୀ କୁ ଦେଇଥିବା ଜଙ୍ଗଲ ଜମିକୁ ବାତିଲି କରିବା ସହ ଗ୍ରାମସଭା ଅଧିକାର କାର୍ଯ୍ୟକାରି କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଗ୍ରାମସଭାରୁ ଦରଖାସ୍ତ ଯିବାପାଇଁ ସର୍ବସମ୍ମତୀ କ୍ରମେ ପ୍ରସ୍ତାବ ଗୃହୀତ ହେଲା। ସୂଚନା ଥାଉ କି ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ ଅଞ୍ଚଳରେ ଜଙ୍ଗଲ ଜମିରେ ନିର୍ଭର କରି ଚଳି ଆସୁଥିବା ବିଭିନ୍ନ ପ୍ରକାର ବନ୍ୟପ୍ରାଣୀଙ୍କୁ ବିପଦମୁହକୁ ଠେଲି ଲକ୍ଷାଧିକ ଜଙ୍ଗଲ କଟାଯିବା ସହିତ ସମୂଦ୍ର ଉପକୂଳର୍ବତୀ ସିଆର ଜେଡ୍ ନିୟମକୁ ଉଲ୍ଲଘନ କରି ବୃହତ ବାଲୁକା ସ୍ତୁପ ଗୁଡିକୁ ତାଡି ନଷ୍ଟ କରିଦିଆ ଯିବା ସମ୍ପର୍କରେ ଏବଂ ସମୁଦ୍ର ଓ ନଇଁକୁ ଅତ୍ୟଧିକ ମାତ୍ରାରେ ଖନକ କରିବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଲୁଣା ପାଣି ପଡିବା ଆଶଙ୍କା ଦେଖା ଦେଇଛି ।ଭୂତଳ ଜଳକୁ ବେଆଇନ ଭାବରେ ବ୍ୟାପକ ବ୍ୟାରୱଏଲ୍ ବସାଇବା ଦ୍ୱାରା ଭୂତଳ ଜଳର ସମସ୍ୟା ଉପଯୁଛି ମଧ୍ୟ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏତି ସହିତ ସରକାର ମା ପାଇଁ କଛଟିଏ କାର୍ଯ୍ୟକ୍ରମ କରି ଲୋକମାନଙ୍କୁ ଗଛ ଲଗାଇବା ପାଇଁ କହୁଥିବା ବେଳେ ଏ ଅଞ୍ଚଳରୁ ପାଖାପାଖି ୨୦ଲକ୍ଷ ରୁ ଉର୍ଦ୍ଧ୍ବ ଗଛ କଟା ସରିଲାଣି ଏଯାବତ କେତେ ଗଛ ରୋପଣ କରାଗଲାଣି ବେଲି ମଧ୍ୟ ଏ ପ୍ରଶ୍ନ ସଭାରେ ଲୋକମାନେ ଉଠାଇଥିଲେ। ଆଜିର ସଭାରେ ଉପସ୍ଥିତ ଥିଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ଭୋଇ ,ଏଡିଇଓ ନୃସିଂହ ଚରଣ ଶୁକ୍ଳା,ଜନ ଆନ୍ଦୋଳନ କାରୀ ନେତା ଦେବେନ୍ଦ୍ର ସ୍ୱାଇଁ, ସମିତି ସଭ୍ୟ ମିତାଞ୍ଜଳି ଭୋଇ,ନ୍ୟାୟ ସରପଞ୍ଚ,ତୀର୍ଥଙ୍କର ଦାସ,ମାଗୁଚରଣ ନାୟକ,ପ୍ରଶାନ୍ତ ବିଶ୍ୱାଳ,ପ୍ରମୋଦ ଘଡେଇ,ପ୍ରଦୀପ ଶତପଥୀ, ଭ୍ରମରବର ଦାସ,ଚନ୍ଦନ ମହାନ୍ତି, ଶାନ୍ତି ସେଠୀଙ୍କ ସମେତ ୱାର୍ଡ଼ମେମ୍ବରମାନେ ଓ ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା ମାନେ ଯୋଗ ଦେଇ ନିଜ ନିଜର ସମସ୍ୟା ପ୍ରକାଶ କରିଛନ୍ତି।
