ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବଙ୍କ ବିଷମକଟକ ଗସ୍ତ

ରାୟଗଡ/ବିଷମକଟକ-୧୯/୮-ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ,ଏସ ଗୁଣପୁର ଉପଖଣ୍ଡର ବିଷମକଟକ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ସଚିବ ଶ୍ରୀ ଗିରିଶ ବିଷମକଟକ ପହଁଚି ପ୍ରଥମେ ଚାଟିକଣାଠାରେ ଥିବା ଡଙ୍ଗରିଆ ସାଲ୍ ତାଲିମ୍ କେନ୍ଦ୍ର ଯାଯାବର ପରିଦର୍ଶନ କରି ଡଙ୍ଗରିଆ କନ୍ଧ ମା ମାନଙ୍କ ସହ କଥା ବାର୍ତ୍ତା ହେବା ସହିତ ସେମାନଙ୍କ ବ୍ୟବସାୟ କେମିତି ଚାଲିଛି ପଚାରି ବୁଝିଥିଲେ । ତାପରେ ଓରମାସର ତେନ୍ତୁଳି ପ୍ରୋସେସିଂ ୟୁନିଟ ଓ ସପୁରି ପ୍ରସେସିଂ ୟୁନିଟ ପରିଦର୍ଶନ କରି ଏହାକୁ କିପରି ଅଧିକ ରୁ ଅଧିକା ୟୁନିଟ ଖୋଲା ଯିବ ତା ଉପରେ ଆଲୋକପାତ କରିଥିଲେ ଏବଂ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ । ଏହା ପରେ କୁଲି ପଞ୍ଚାୟତର ଖମ୍ବେଶି ଗ୍ରାମକୁ ପରିଦର୍ଶନ କରି ନୂତନ ଭାବେ ନିର୍ମାଣ ଚାଲିଥିବା PM-JANMAN ଘର ଗୁଡ଼ିକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ତୁରନ୍ତ ମିସ୍ତ୍ରୀ ସମସ୍ୟା ଦୂର କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରେ ବିଷମକଟକ ବ୍ଲକର ଥୁଆପଡ଼ି ଠାରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରି ବକେୟା କାମ ସବୁ ଶୀଘ୍ର ସାରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ରାୟଗଡ଼ା ସଦର ବ୍ଲକକୁ ଗସ୍ତ କରି କୁଲି ପଞ୍ଚାୟତରେ ଥିବା ଶିଶୁ ଉଦ୍ୟାନ (ପାର୍କ) ଏବଂ କଲ୍ୟାଣ ମଣ୍ଡପ ପରିଦର୍ଶନ କରି ଫେରିଥିଲେ। ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଦୁଧାଲ ଅଭିଷେକ ଦିଲିପ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *