ରାଷ୍ଟ୍ରନୀତିଜ୍ଞ ବିଜୁ ବାବୁ ଙ୍କ ଜୟନ୍ତୀ ରେ ପଞ୍ଚାୟତିରାଜ ଦିବସ ବାତିଲ

ଅଦ୍ୟ ତା :- ୬.୦୩.୨୦୨୫ ରିଖ ଦିନ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଙ୍କ ନେତୃତ୍ଵ ରେ ସ୍ଵାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରନୀତିଜ୍ଞ ବିଜୁ ବାବୁ ଙ୍କ ଜୟନ୍ତୀ ରେ ପଞ୍ଚାୟତିରାଜ ଦିବସ ବାତିଲ କରିବା ହେତୁ ମାର୍କେଟ ଛକ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖ, ପୁରୀ ଠାରେ ସନ୍ଧ୍ୟା ୬:୦୦ ଘଟିକା ସମୟରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅନେକ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ପୂର୍ବତନ ନଗରପାଳ ଗୌରହରି ପ୍ରଧାନ,ରବି ସାମନ୍ତରାୟ,ନାରାୟଣ ଖୁଣ୍ଟିଆ,ରାଜ୍ୟ ବରିଷ୍ଠ କ୍ରୀଡ଼ା ସମ୍ପାଦକ ରବିଶଙ୍କର ପଢ଼ିଆରୀ, ପୁରୀ ଜିଲ୍ଲା ଯୁବ ଜନତା ଦଳ ସଭାପତି ନାରାୟଣ ସ୍ବାଇଁ,ପୂର୍ବତନ କାଉନସିଲର ବିଭୂତି ସେଠୀ,ପୂର୍ବତନ କାଉନସିଲର ଜମ୍ବେଶ୍ଵର ମହାନ୍ତି,ବାଲିପୁଟ ପୂର୍ବତନ ସରପଞ୍ଚ ବାବାଜୀ ଫାରକ ,ସମଙ୍ଗ ପଞ୍ଚାୟତ ପୂର୍ବତନ ସରପଞ୍ଚ ଦାମୋଦର ସେଠୀ,ବରିଷ୍ଠ ସେବାୟତ ସଙ୍ଖମିତ୍ର ସିଂହାରୀ, ବରିଷ୍ଠ ଆଇନଜୀବି ଗୋପାଳ କୃଷ୍ଣ ପଣ୍ଡା,ପୂର୍ବତନ ପବ୍ଲିକ ପ୍ରସିକୃଟର ବିଜୟ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ବିପିନ ଦଳ ବେହେରା ବିଜୁ ଯୁବ ଜନତା ଦଳ ର ରାଜ୍ୟ ସମ୍ପାଦକ ଅସିତ୍ କୁମାର ମେକାପ, ଦଳୀୟ ନେତା ସାଇନା ଖୁଣ୍ଟିଆ, ବିଶ୍ୱକେତନ ଦାସ, ସୌମ୍ୟରଞ୍ଜନ ମହାନ୍ତି, ସନ୍ଦୀପ ଅଗ୍ରୱାଲ,ସୋମନାଥ ସାହୁ, ପ୍ରଶାନ୍ତ କୁମାର ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ,ଗୋପୀନାଥପୁର ର ପୂର୍ବତନ ସରପଞ୍ଚ ସଦାଶିବ ପ୍ରଧାନ ,ବରିଷ୍ଠ ନେତା ରବିନ୍ଦ୍ର ସାମନ୍ତରାୟ, ବରିଷ୍ଠ ନେତା ରାଧାକାନ୍ତ ମହାପାତ୍ର , ଗୋପୀନାଥ ପୁର ପୁର୍ବତନ ସରପଞ୍ଚ ସଦାଶିବ ପ୍ରଧାନ, ଭୁବନେଶ୍ୱର ଜୋନ୍ ସମ୍ପାଦକ ଦେବୀ ପ୍ରସାଦ ମହାପାତ୍ର, ରାମକୃଷ୍ଣ ପ୍ରତିହାରୀ,ଛାତ୍ର ନେତା ରାଜେଶ ତ୍ରିପାଠୀ,ଶୁଭମ୍ ସାହୁ , ଗୋପୁ ପଣ୍ଡା, ମୁରାରୀ ଶ୍ରୀପତି ନାୟକ,ଯୁବ ଜନତା ଦଳ ଜିଲ୍ଲା ସମ୍ପାଦିକା ରୋଜାଲିନ ନାୟକ,ନାରୀନେତ୍ରୀ ସନ୍ଧ୍ୟାରାଣୀ ଭଟ୍ଟ,ଅରୁଣିମା ନନ୍ଦ, ବିନୋଦିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାକୁ ପୁରୀ ବିଜୁ ଯୁବ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ନାରାୟଣ ସ୍ବାଇଁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *