ପୁରୀ ରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

ପୁରୀ ରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ।ପୁରୀ ୫/୩ ଗ୍ରାମ ବିକାଶ ଓ ଗ୍ରାମ ପଞ୍ଚାୟତ କୁ ସଶକ୍ତ କରିବା ଲକ୍ଷ୍ୟ ରେ ସୃଷ୍ଟି ହୋଇଛି ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା।ଗ୍ରାମାଞ୍ଚଳର ଲୋକ ଙ୍କୁ ଉନ୍ନତ ସେବା ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତରାଜ ବ୍ୟବସ୍ଥା କୁ ସୁଦୃଢ଼ କରାଯାଇଛି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ପୁରୀ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ସମାରୋହ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ର ଉପଯୋଗ କରାଯାଇ ଗ୍ରାମ ବିକାଶକୁ ତ୍ୱରାନ୍ୱିତ କରାଯାଉଛି ବୋଲି କହିବା ସହ ସମସ୍ତଙ୍କ ସହଯୋଗ ରେ ପୁରୀ ଜିଲ୍ଲା କୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ବିଜୁବାବୁଙ୍କ ଦ୍ଵାରା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ ସହ ପଞ୍ଚାୟତ କୁ ଅଧିକ କ୍ଷମତା, ମହିଳା ସଶକ୍ତିକରଣ, ଜନସାଧାରଣ ଙ୍କୁ ମୌଳିକ ସୁବିଧା ପ୍ରଦାନ ବ୍ୟବସ୍ଥା ହୋଇଛି ବୋଲି କହିଥିଲେ। ଉପଜିଲ୍ଲାପାଳ ଗୋପୀନାଥ କୁଅଁର ପଞ୍ଚାୟତରାଜର ପ୍ରକୃତ ଲକ୍ଷ୍ୟ ଗ୍ରାମ ବିକାଶ ଓ ଗ୍ରାମ ମାନଙ୍କୁ ପ୍ରଦତ୍ତ କ୍ଷମତା ର ଉପଯୁକ୍ତ ଉପଯୋଗ।ତେଣୁ ସଂକଳ୍ପବଦ୍ଧ ଭାବେ ଏହାକୁ ହାସଲ ଉପରେ ସେ ଗୁରୁତ୍ୱ ଦେଇଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱପ୍ନେଶ୍ୱର ସାହୁ,ସମାଜସେବୀ ଶ୍ୟାମ ପ୍ରକାଶ ସେନାପତି,ପଞ୍ଚାୟତ ପ୍ରତିନିଧି ନାରାୟଣ ରାଉତରାୟ ଓ ସିଲୁ ସେନାପତି ପ୍ରମୁଖ ଯୋଗ ଦେଇ ପଞ୍ଚାୟତିରାଜ ଓ ଲୋକ ସେବା ଦିବସର ଲକ୍ଷ୍ୟ,ଉଦ୍ଦେଶ୍ୟ, ପଞ୍ଚାୟତ ପ୍ରତିନିଧି ମାନଙ୍କର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ କୁ ପ୍ରଥମ ପୁରସ୍କାର ଭାବେ ୧ ଲକ୍ଷ ୫୦ ହଜାର ଟଙ୍କା ଓ ମାନପତ୍ର, ଦ୍ୱିତୀୟ ପୁରସ୍କାର ଭାବେ ଗୋପ ବ୍ଲକର ପୟରା ପଞ୍ଚାୟତ କୁ ୧ ଲକ୍ଷ ୨୫ ହଜାର ଟଙ୍କା ଓ ମାନପତ୍ର ଏବଂ ତୃତୀୟ ପୁରସ୍କାର ଭାବେ ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ପଞ୍ଚାୟତ କୁ ୧ ଲକ୍ଷ ଟଙ୍କା ଓ ମାନପତ୍ର ସମ୍ପୃକ୍ତ ପଞ୍ଚାୟତ ର ଲୋକ ପ୍ରତିନିଧି ମାନ ଙ୍କୁ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *