ଓଳମ୍ବା ରେ ପଞ୍ଚୁଦଣ୍ଡ ମହାମିଳନ


ଧରାକୋଟ,6/4/26
ଧରାକୋଟ ବ୍ଲକର ଓଳମ୍ବା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଯାଇଛି। ଗୋଲିଆ, ଭାମଶିଆଳି, ଗୁଣ୍ଠପଡା, ମୋରାବାଇ ଓ କବିସୂର୍ଯ୍ୟ ନଗର ଦଣ୍ଡଦଳ ଏଥିରେ ଭାଗ ନେଇଥିଲେ। ପ୍ରଥମେ ମାନସିକଧାରି ମାନେ ପାଞ୍ଚ ଗୋଟି ଦଣ୍ଡକୁ ନିମନ୍ତ୍ରଣ କରି ବରଣ କରିଥିଲେ ।

ଏହା ପରେ ମଧ୍ୟାହ୍ନରେ ଧୂଳିଦଣ୍ଡ ସାରି ବିଭିନ୍ନ ବନ୍ଧରେ ପାଣି ଦଣ୍ଡ କାର୍ଯ୍ୟ ସମାପନ କରି ଅଗ୍ନିଦଣ୍ଡ ଓ ନିକଟସ୍ଥ ମେଳଣ ପଡ଼ିଆରେ ପଞ୍ଚଦଣ୍ଡ ଙ୍କର ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ଏହାପରେ ସନ୍ଧ୍ୟା ଆଳତି ଓ ନିଶାର୍ଦ୍ଧରେ ସାମୂହିକ ପ୍ରସାଦ ସେବନ କାର୍ଯ୍ୟ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା । ଶେଷ ପର୍ଯ୍ୟାୟରେ ପାଞ୍ଚ ଗୋଟି ଦଣ୍ଡଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବଡଗଡ ଥାନାଅଧିକାରୀ ବିମଳ କୁମାର କହଁର ଙ୍କ ନେତୃତ୍ୱରେ ସଫଳତାର ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିବା ବେଳେ ଓଳମ୍ବା ଗ୍ରାମବାସୀ ଓ ଯୁବକ ସଂଘ ଏଥିରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *