ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ମହାଅଭିଯାନ ପ୍ରଶିକ୍ଷଣ ଶିବିର
ଆନନ୍ଦପୁର, ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ମହାଭିଜlନ ପ୍ରଶିକ୍ଷିଣ ଶିବିର ଆନନ୍ଦପୁର ସରସ୍ଵତୀ ଶିଶୁ ମନ୍ଦିର ଠାରେ ନଗର ମଣ୍ଡଳ ସଭାପତି ଶ୍ରୀ ହେମନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ଆନନ୍ଦପୁର ମୁନିସିପାଲିଟି ର ପୂର୍ବତନ ନଗରପାଳ ଶ୍ରୀ ରାମଚନ୍ଦ୍ର ସାହୁ, ବିଜେପି ଜିଲ୍ଳା ଉପସଭାପତି ଶ୍ରୀମତୀ ଅସିମା ମିଶ୍ର, ଅନୁସୂଚୀତ ଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଆଲୋକ କୁମାର ସେଠୀ, ଅଶୂନୀ କୁମାର ମହାନ୍ତ, ଅମରବର ଖଟୁଆ ପ୍ରମୁଖ ୭ ଟି ସତ୍ର ରେ ସଂଗଠନ ବିଷୟ ଉପରେ ବିସ୍ତାରିତ ଭାବେ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିର ମାର୍ଚ୍ଚ ୨୧ ତାରିଖ ଠାରୁ ୨୨ ତାରିଖ ୨ ଦିନ ବ୍ୟାପି ଚାଲିଥିଲା। ୧୧୫ ଜଣ ବରିଷ୍ଠ ବିଜେପି କାମ୍ୟକର୍ତା ପ୍ରଶିକ୍ଷଣ ଶିବିର ରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ର ବରିଷ୍ଠ ନେତା ଶ୍ରୀ ନିରାକାର ଦଳେଇ, ପ୍ରଶାନ୍ତ କୁମାର ମହାପାତ୍ର, ଶାନ୍ତନୁ କୁମାର ସେଠୀ, ସୁରେଶ କୁମାର ସାହୁ, ମାନସ ରଞ୍ଜନ ସାହୁ, ନାରାୟଣ ବାରିକ, ସନତ କର, ବନମାଳୀ ସେଠୀ, ବାଇଧର ସାହୁ, ମହେଶ୍ଵର ରାଉତ, ବ୍ରଜ୍ କିଶୋର ଦାସ, ମଳୟ ମିଶ୍ର, ଲକ୍ଷ୍ମୀଧର ମିଶ୍ର, ଗଗନ ବିହାରୀ ସିଂହ, ଭାବଗ୍ରାହୀ ପଣ୍ଡା, ଶ୍ରୀମତୀ ସୁମତି ଯେନା, ପ୍ରଣୟନି ବ୍ରହ୍ମ, ବଇଜୟନ୍ତି ବିଶ୍ଵାଳ, ଚାରୁ ଲତା ଦାସ, ସଂଯୁକ୍ତା ନାଥ, କନକ ଲତା ଦାସ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ। ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଏହି ପ୍ରଶିକ୍ଷଣ ଶିବିର ରେ ବିଜେପି ଇତିହାସ ଓ ବିକାଶ ଉପରେ ଆଲୋଚନା କରିଥିଲେ ।ଜନ ସଂଘ ରୁ ବିଜେପି ଦୀର୍ଘ ୭୬ ବର୍ଷ ର ରାଜନୈତିକ ଇତିହାସ ଉପରେ ଆଲୋକପାତ କରିଥିଲେ। ବିଜେପି ସଂଗଠନକୁ ସର୍ବ ବ୍ୟାପୀ ସର୍ବ ସ୍ପର୍ଶା କରିବା ପାଇଁ ସମସ୍ତେ କାର୍ଯ୍ୟକର୍ତ୍ତା ମାନେ କାମ କରିବା ପାଇଁ ଆହ୍ବାନ ଦେଇଥିଲେ।
