ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ 96 ତମ ପୁଣ୍ୟ ତିଥିରେ ସ୍ମୃତି ସଭା

l ଆସିକା ତା 6 ଜୁଲାଇ ମାନବ ସେବା ସମିତି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 96 ତମ ପୁଣ୍ୟ ତିଥି ଅବସରରେ ହରି ହର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଶୋକ ପାଢୀଙ୍କ ସଂଯୋଜନା ତଥା ମାନବ ସେବା ସମିତି ର ଆବାହକ ଗଣେଶ ରଥ ଙ୍କ ପୌରୋହିତ୍ୟରେ ଏକ ସ୍ମୃତି ସଭା /ଆଲୋଚନା ଚକ୍ର ଅୟୋଜିତ ହୋଇଯାଇଛି l ଏଥିରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର୍ ଦୂର୍ଗା ପ୍ରସାଦ ରଥ ମୁଖ୍ୟ ଅତିଥି ତଥା ଆସିକା ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ସେବା ଆଜି ଓଡିଶା ବାସୀଙ୍କ ଆଦର୍ଶ ତଥା ପ୍ରତ୍ୟେକ ସ୍ୱାଭି ମାନୀ ଓଡ଼ିଆର ଗୌରବର କାରଣ ଏବଂ ପଣ୍ଡିତ ଗୋପବନ୍ଧୁଙ୍କର ଜୀବନ ସହିତ ପ୍ରତ୍ୟେକ ଦିବସ ଓଡ଼ିଆ ଜାତିର ଜାତୀୟ ପର୍ବ ବୋଲି ପ୍ରକାଶ କରିଥିଲେ l ଅନ୍ୟତମ ଅତିଥି ରୂପେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଏ ଯୁଧିଷ୍ଠିର ଦୋରା, ଅବସର ପ୍ରାପ୍ତ ଶିକ୍ଷକ ପୀତବାସ ମହାପାତ୍ର,ହରି ହର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ରାଉତ ଆଦି ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ l

ଆଇନ୍ ଜୀବୀ ଦିଲ୍ଲୀପ ପାଣିଗ୍ରାହୀ, ସୁଧାଂଶୁ ପାଣିଗ୍ରାହୀ, ବିଦେଶୀ ନାହାକ, ଅନିଲ ପାଣିଗ୍ରାହୀ, ଡି ବଦ୍ରିନାରାୟଣ ପାତ୍ର,ଅନିଲ କୁମାର ପୃଷ୍ଟି, ସଚ୍ଚିଦାନଂଦ ମହାନ୍ତି ଏବଂ ମାନବ ସେବା ସମିତିର ସମସ୍ତ ଯୁବ କର୍ମକର୍ତ୍ତା ତଥା ହରି ହର ଉଚ୍ଚ ବିଦ୍ୟାଳୟର ସମସ୍ତ୍ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସନ୍ଦର୍ଭରେ ଆୟୋଜିତ ସମସ୍ତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ସତ୍ୟ ପ୍ରିୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆସ୍କା ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ଅଜିତ୍ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *